ଟ୍ରାକରେ ଦୌଡିବ ହାଇପରଲୋପ ଟ୍ରେନ୍ : ଘଂଟା ପ୍ରତି ବେଗ ରହିବ ୧୩ ଶହ କିଲୋମିଟର; ଏକ ୧ ଘଂଟାର ରାସ୍ତାକୁ ୧୦ ମିନଟରେ କରିବ ଅତିକ୍ରମ 

1,194

କନକ ବ୍ୟୁରୋ : ଦେଶରେ ବୁଲେଟ୍ ଟ୍ରେନ୍ ଠାରୁ ବି ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ ଏବେ ଭାରତୀୟ ରେଳ ଟ୍ରାକରେ ଦୌଡିବ । ଯାହାକି ଘଂଟା ପ୍ରତି ୧୦୮୦ କିଲୋମିଟର ବେଗରେ ଚାଲବ । ଏହି ଟ୍ରେନ ପ୍ରାଥମିକ ପର୍ଯ୍ୟାୟରେ ବେଙ୍ଗାଲୋର ସିଟିରେ ଚାଲିବା ନେଇ ସୂଚନା ମିଳିଛି । ଏହି ଟ୍ରେନ୍ ର ନାମ ରହିଛି ହାଇପରଲୋପ ଟ୍ରେନ । ଯାହା ଦ୍ୱାରା ଲୋକମାନେ ୧ ଘଂଟାର ଯାତ୍ରାକୁ ୧୦ ମିନିଟ୍ ରେ ଶେଷ କରିପାରିବେ । ବିଶେଷ କରି ବାଙ୍ଗାଲୋରର କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପାଇଁ ଯାତ୍ରୀ ମାନଙ୍କୁ ୧ ଘଂଟାର ସମୟ ଲାଗୁଥିଲା । ଏହି ଟ୍ରେନ୍ ଚଳା ଚଳ ଆରମ୍ଭ କରିବା ପରେ ଏହି ବିମାନ ବନ୍ଦରରେ ଯାତ୍ରୀ ମାନଙ୍କୁ ପହଂଚିବାକୁ ମାତ୍ର ୧୦ ମିନିଟ୍ ସମୟ ଲାଗିବ ।
ସୂଚନା ମୁତାବକ ଭର୍ଜିନ ହାଇପରଲୋପ ପ୍ରସ୍ତାବିତ ହାଇପରଲୋପ କରିଡର ପାଇଁ ଅଧ୍ୟୟନ ଶେଷ କରିଛି । ଏହା ପରେ ବେଙ୍ଗାଲୋର ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ବିଆଇଏଏଲ) ସହିତ ଏକ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ କରାଯାଇଛି । ଏହି ଟ୍ରାକ୍ ପ୍ରତି ୬ ମାସରେ ଦୁଇଟି ପର୍ଯ୍ୟାୟରେ ସମ୍ପୁର୍ଣ୍ଣ ହେବାର ଆଶା କରାଯାଉଛି । ବିଶ୍ଳେଷଣ ଅନୁଯାୟୀ ବେଙ୍ଗାଲୋର ସହରରୁ କୌଣସି ସ୍ଥାନରୁ ଯାତ୍ରୀ ନେଇ ୧୦ ମିନିଟ୍ ମଧ୍ୟରେ ବିମାନବନ୍ଦରରେ ପହଂଚାଇପାରିବ । ଏହି ଟ୍ରେନ୍ ରେ ସର୍ବାଧିକ ୧ ହଜାର ଯାତ୍ରୀ ଯିବା ଆସିବା କରିପାରିବେ । ଏହି ଟ୍ରେନ୍ ର ଆକାର ଏକ କ୍ୟାପସୁଲ ପରି । ଏହାର ସର୍ବନିମ୍ନ ବେଗ ୧୦୮୦ କିଲୋମିଟର ଘଂଟା ପ୍ରତି ରହୁଥିବା ବେଳେ ଆବଶ୍ୟକ ସ୍ଥଳେ ଏହା ୧୩ ଶହ କିଲୋମିଟର ବେଗରେ ଘଂଟା ପ୍ରତି ଦୌଡି ପାରିବ ।
ରିପୋର୍ଟ ମୁତାବକ ବିଆଇଏଏଲ ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ହରି ମାରର କହିଛନ୍ତି କି ବିଆଇଏଲ ବିମାନବନ୍ଦରକୁ ଏକ ପରିବହନ ହବ୍ ରେ ପରିଣତ କରି ଭାରତ ପାଇଁ ଏକ ନୂତନ ପ୍ରବେଶ ଦ୍ୱାର ସୃଷ୍ଟି କରିବାକୁ ଯୋଜନା କରାଯାଉଛି । ଆମେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରିବା ପାଇଁ ଉତ୍ସାହିତ ଅଛୁ । ଯାହା କର୍ଣ୍ଣାଟକ ରାଜ୍ୟର ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ । ଅନ୍ୟପଟେ ୪ ବର୍ଷ ମଧ୍ୟରେ ବେଙ୍ଗାଲୋରର ସମସ୍ତ ବିମାନବନ୍ଦର ନିକଟକୁ ମେଟ୍ରୋରେଳ ଯୋଗା ଯୋଗ ପାଇଁ ଯୋଜନା ଚାଲିଥିବା ସେ ସୂଚନା ଦେଇଛନ୍ତି । କହିରଖୁ କି ରବିବାର ଦିନ ଏହି ହାଇପରଲୋପ୍ ଟ୍ରେନ ଚଳା ଚଳ ନେଇ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।