ଅର୍ଚ୍ଚନା ନାଗ ମାମଲା : ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲଙ୍କୁ ୧୧ ଘଣ୍ଟାର ମାରାଥନ ଜେରା

141

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସକ୍ରିୟ ରହିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଫିଲ୍ମ ପ୍ରଯୋଜକ, ବ୍ୟବସାୟୀଙ୍କ ପରେ ଏବେ ଇଡିକୁ ଟଣା ହୋଇଛନ୍ତି ନେତାଙ୍କ ସମ୍ପର୍କୀୟ । ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଓରଫ ନିଧି ସାମଲ ଗତକାଲି ଇଡିରେ ହାଜର ହୋଇଥିଲେ ।

ଅର୍ଚ୍ଚନା ନାଗ ମାଲାରେ ୧୧ ଘଣ୍ଟାର ମାରାଥନ ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ ଗଙ୍ଗାଧର ସାମଲ । ଏକ ଲ୍ୟାଣ୍ଡ – ରୋଭର ସୋରୁମର ମାଲିକ ହେଉଛନ୍ତି ଗଙ୍ଗାଧର ସାମଲ । ଜେରା ବେଳେ ଗଙ୍ଗାଧର ଇଡିକୁ କହିଛନ୍ତି ଯେ, ଗାଡ଼ି ବୁକିଂ ପାଇଁ ଅର୍ଚ୍ଚନା ଓ ଜଗବନ୍ଧୁ ତାଙ୍କୁ ୩୫ ଲକ୍ଷ ୧୧ ହଜାର ଟଙ୍କା ଦେଇଥିଲେ । ହେଲେ ୫ ଦିନ ପରେ ଇନକମ୍ ଟ୍ୟାକ୍ସ ସମସ୍ୟା କହି ସେ ଟଙ୍କା ଫେରାଇ ନେଇଥିଲେ । ଚେକ୍ ମାଧ୍ୟମରେ ଏହି ଟଙ୍କା କାରବାର ସବୁ ତଥ୍ୟ ଇଡିକୁ ଦେଇଥିବା କହିଛନ୍ତି ଗଙ୍ଗାଧର ସାମଲ ।

ଆସନ୍ତା ୩୦ ତାରିଖରେ ଭୁବନେଶ୍ୱର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ଇଡି ଦେଇଥିବା ପ୍ରଡକ୍ସନ ପିଟିସନକୁ କୋର୍ଟ ଗ୍ରହଣ କରିଛନ୍ତି । କୋର୍ଟରେ ହାଜର ପରେ ଉଭୟଙ୍କ ରିମାଣ୍ଡରେ ଆଣିବା ପାଇଁ ଆବଦେନ କରିବ ଇଡି । ସେପଟେ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱରଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିଛି । ତୃତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ଆବେଦନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଖଗେଶ୍ୱର । କୋର୍ଟରୁ ବାହାରକୁ ବାହାରିବା ସମୟରେ ଖଗେଶ୍ୱର କହିଛନ୍ତି, ସେ କାହାଠୁ ଟଙ୍କା ନେଇନାହାନ୍ତି ।