ମୋ ସ୍ୱାମୀଙ୍କୁ ଯେଉଁଠି ଗୁଳି କଲ, ମତେ ବି ସେଇଠି ଗୁଳି କର… ହାଇଦ୍ରାବାଦ ସୈତାନ ସଫା ହେବା ପରେ ପୋଲିସକୁ ହାତଯୋଡି ନିବେଦନ କଲେ ମୃତ ଚିନ୍ନାରର ପତ୍ନୀ

31,402

କନକ ବ୍ୟୁରୋ: ମୋ ସ୍ୱାମୀଙ୍କୁ ଯେଉଁଠି ମାରିଥିଲ, ମତେ ସେଇଠି ମାର… ତାଙ୍କ ଭଳି ମତେ ବି ଏନକାଉଣ୍ଟର କର… ମୁଁ ଏକା ବଞ୍ଚିରହି ଲାଭ କଣ…? ହାଇଦ୍ରାବାଦ ସୈତାନଙ୍କୁ ଗୁଳି କରି ପୋଲିସ ସଫା କରିଦେବା ପରେ ମୃତ ଅଭିଯୁକ୍ତର ପତ୍ନୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଏନକାଉଣ୍ଟରରେ ଟଳି ପଡିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଚିନ୍ତାକୁଣ୍ଟା ଚେନ୍ନା କେଶାବୁଲୁ ଓରଫ ଚିନ୍ନାର ପତ୍ନୀ ଗୁଳି କରିଦେବାକୁ ପୋଲିସକୁ ନିବେଦନ କରିଛନ୍ତି ।

ତେବେ ଚେନ୍ନାରର ପତ୍ନୀ ରେନୁକା କହିଛନ୍ତି କି ସ୍ୱାମୀ ଗଲା ପରେ ମୋର ଆଉ କେହି ନାହାନ୍ତି । ସେ ହିଁ ମୋର ସବୁକିଛି ଥିଲେ ଆଉ ଏବେ ମୋର ବୋଲି କିଛି ନାହିଁ । ତେଣୁ ପୋଲିସ ମୋତେ ବି ସେଠାକୁ ନେଇ ମାରୁ । ଯେଉଁଠି ମୋ ସ୍ୱାମୀଙ୍କୁ ଗୁଳି କରି ମାରି ଦିଆଗଲା ବୋଲି ରେନୁକା କହିଛନ୍ତି । ଖବର ସରବରାହ ସଂସ୍ଥା ପିଟିଆଇକୁ ରେଣୁକା ଏଭଳି ସୂଚନା ଦେଇଛନ୍ତି ।

ତେବେ ୨୭ ତାରିଖ ରାତିରେ ସୈତାନମାନେ ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରି ଯେଉଁଠି ଜାଳି ଦେଇଥିଲେ ଆଜି ସେଇଠି ସେମାନଙ୍କ ଛାତିକୁ ଗୁଳି କରି ମାରିଛି ପୋଲିସ । ଦୁଷ୍କର୍ମ ପରେ ଦଶ ଦିନ ବ୍ୟାପୀ ସାରା ଦେଶରେ ହାଇଦ୍ରାବାଦ ଭଳି ହୃଦୟଥରା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ହାଇଦ୍ରାବାଦ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ ଜନତା ।

ଆଉ ଶେଷରେ ଆଜି ଗିରଫ ହୋଇଥିବା ୪ ଜଣ ଦିଶା ଦୋଷୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଏନଏଚ- ୪୪ କଲଭର୍ଟ ନିକଟରେ ୪ ଅଭିଯୁକ୍ତ ମହମ୍ମଦ ଆରିଫ, ଜୋଲୁ ନବୀନ, , ଜୋଲୁ ଶିବା ଓ ଚିନ୍ନାର ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଏନକାଉଣ୍ଟର କରି ଗଡାଇ ଦେଇଥିଲେ ପୋଲିସ । ଆଉ ସବୁ ସୈତାନ ସଫା ହେବା ପରେ ଉତ୍ସବ ପାଳିଛି ସାରା ଦେଶ ।