ସାରା ଦୁନିଆରେ ପ୍ରଦୂଷଣର ସମସ୍ୟା ଧିରେ ଧିରେ ବଢୁଛି । ଏହା ଉପରେ କିଛି ଟା ନିୟନ୍ତ୍ରଣ କରିବା ପାଇଁ ଫ୍ରାନ୍ସର ବହୁରାଷ୍ଟ୍ରୀୟ କମ୍ପାନୀ ‘ଅଲସ୍ତୋମ’ ଏକ ନୂଆ ବିକଳ୍ପ ତିଆରି କରିଛି । ଏହି କମ୍ପାନୀ ହାଇଡ୍ରୋଜେନ ସଂଚାଳିତ ଟ୍ରେନ ନିର୍ମାଣ କରିଛି । ଯାହା ସୁବିଧାଜନକ ଯାତ୍ରା ଉପଲବ୍ଧ କରାଇବ । Coradia iLint  ନାମକ ଏକ ହାଇଡ୍ରୋଜେନ ଟ୍ରେନକୁ ରେଳ ନେଟୱର୍କରେ ଏକ କ୍ରାନ୍ତି ରୂପରେ ଦେଖାଯାଉଛି । ଏହି ଟ୍ରେନ ଡିଜେଲ ବଦଳରେ ହାଇଡ୍ରୋଜେନରେ ଚାଲିବ । ଏବଂ ମୁଖ୍ୟତଃ ଏହା ପରିବେଶକୁ ଧ୍ୟାନରେ ରଖି କମ ଦାମରେ ଯାତ୍ରା କରାଇବା ପାଇଁ ନିର୍ମାଣ କରାଯାଇଛି । ଏହି ମଡେଲ ଉପରେ କମ୍ପାନୀ ଟେଷ୍ଟ କରୁଛି ।

Advertisment

publive-image

କେଉଁ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ? : ଷ୍ଟିମ ଇଂଜିନ ପରେ ଡିଜେଲ ଶସ୍ତା ହେବା କାରଣରୁ ରେଳବାଇ ଏହାର ଉପଯୋଗ କରିବା ଆରମ୍ଭ କରିଥିଲା ।ଏହାପରେ ଇଲେକ୍ଟ୍ରିକ ଇଂଜିନର ବ୍ୟବହାର କରାଗଲା । କିନ୍ତୁ ଏହା ପାଇଁ ରେଳ ଲାଇନ ଉପରେ ବିଦ୍ୟୁତ ତାର ବିଛାଇବାକୁ ପଡେ, ଯାହା ବହୁତ ମହଙ୍ଗା କାମ ଅଟେ । ଏହା ଉପରେ ଧ୍ୟାନ ଦେଇ ଏହା ଠାରୁ ଭଲ ସୁବିଧା ପ୍ରଦାନ କରିବା ପାଇଁ ‘ଅଲସ୍ତୋମ’ କମ୍ପାନୀ ହାଇଡ୍ରୋଜେନ ଟ୍ରେନର ସମାଧାନ କାଢ଼ିଛି ।

publive-image

ଗୋଟିଏ ଥରରେ ୧୦୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିବାର କ୍ଷମତା ରଖିଥବା ଏହି ହାଇଡୋଜେନ ଟ୍ରେନକୁ ନେଇ ଏହାର ନିର୍ମାତା କମ୍ପାନୀ ଜଣାଇଛନ୍ତି କି ଏଥିରେ ଲାଗିଥିବା ହାଇଡ୍ରୋଜେନ ଇନ୍ଧନ ଟ୍ୟାଙ୍କକୁ ସମ୍ପୁର୍ଣ୍ଣ ଭର୍ତ୍ତି କରାଯାଏ, ତେବେ ଏହା ଗୋଟିଏ ଥରରେ ୧୦୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ହାଇଡ୍ରୋଜେନକୁ ଇନ୍ଧନ ଭଳି ବ୍ରବହାର କରିବା ବହୁତ ସହଜ । ଏହା ଡିଜେଲ ପରି ପାୱାର ପ୍ରଦାନ କରେ । ଏହାର ଟ୍ୟାଙ୍କକୁ କେବଳ ୧୫ ମିନିଟରେ ରିଫିଲ କରାଯାଇପାରିବ । ଏହାର ଆଉ ଏକ ବିଶେଷତ୍ୱ ହେଲା ଏହା ବିନା ଆ ବା ଜରେ ଚାଲିବ । ଆପଣଙ୍କ ପାଖରୁ ଏହା ଅତିକ୍ରମ କଲେ ବି ଆପ ଜାଣିପାରିବେ ନାହିଁ । ଏହି ଟ୍ରେନରେ ଯତ୍ରୀଙ୍କ ସୁବିଧାର ବିଶେ ଷ ଧ୍ୟାନ ରଖାଯାଇଛି । ଏହାର ଟପ୍ ସ୍ପିଡ ୧୬୦ କିମି ପ୍ରତି ଘଣ୍ଟା ହେବ । ପ୍ରଦୂଷଣକୁ ଧ୍ୟାନରେ ରଖି ଭାରତକୁ ବି ଏହି ଟେକନୋଲୋଜି ନିଜ ଦେଶକୁ ଆଣିବା ଦରକାର । ଏହି ହାଇଡ୍ରୋଜେନ ଟ୍ରେନ ବହୁତ ଫାଇଦା ପହଂଚାଇବ ।