କନକ ବ୍ୟୁରୋ: ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଲୋକଲ ଟ୍ରେନ ଏବଂ ହାଇଡ୍ରା କ୍ରେନ ମଧ୍ୟରେ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମୋରଟମ୍ୟାନ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।  ମୁମ୍ବାଇ ନିକଟସ୍ଥ ପାଲଘର ଜିଲ୍ଲାର ନାୟଗାଁଓ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ସାମ୍ନାକୁ ଆସିଛି । ହାଇଡ୍ରାକ୍ରେନର ଡ୍ରାଇଭରଙ୍କ ସନ୍ତୁଳନ ବିଗିଡିବା ପରେ ଲୋକାଲ ଟ୍ରେନ ସହ ଏହା ମୁହାଁମୁହିଁ ହୋଇଥିଲା । ହାଇଡ୍ରାକ୍ରେନର ଚାଳକଙ୍କ ଉପରେ କିଛି ଜଣ ପଥର ଫୋପାଡିବା ପରେ ତାଙ୍କ ଆଙ୍ଗୁଠିରେ ଏହା ବାଜିଥିଲା ।  ଏହି କାରଣରୁ ଡ୍ରାଇଭର ସନ୍ତୁଳନ ହରାଇଥିଲେ ।

Advertisment

ପଶ୍ଚିମ ରେଲବାଇର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଗତରାତିରେ ୧୨ଟା ୫୫ରେ ଶେଷ ଲୋକାଲ ଟ୍ରେନ ଦୁର୍ଘଟଣାର ସାମ୍ନା କରିଥିଲା । ଲିଫ୍ଟକୁ ଉଠାଉଥିବା କ୍ରେନ ଯୋଗୁ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଗୁରୁତର ମୋଟରମ୍ୟାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାର ଯାଞ୍ଚ ପାଇଁ ମଧ୍ୟ ଆଦେଶ ଦିଆଯାଇଛି ।