ଫିକା ପଡିଲା ସଂଜୁଙ୍କ ଶତକ ! ଚମକିଲେ ୱାର୍ନର, ରାଜସ୍ଥାନ ବିପକ୍ଷରେ ରୋମାଂଚକର ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ୍ ।

163

କନକ ବ୍ୟୁରୋ : ଜମୁଛି ଫଟାଫଟ୍ କ୍ରିକେଟର ଫିଭର । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ୍ ହାସଲ କରିଛି ପ୍ରଥମ ବିଜୟ । ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲସକୁ , ସନରାଇଜର୍ସ ହାଇଦ୍ରାବାଦ୍ ୫ ୱିକେଟରେ ପରାସ୍ତ କରିଛି । ୧୯୯ ରନର ବଡ ଟାର୍ଗେଟକୁ ହାଇଦ୍ରାବାଦ୍ ଗୋଟିଏ ଓଭର ବାକି ଥାଇ ମାତ୍ର ୫ ୱିକେଟ୍ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଓପନର ଡେଭିଡ୍ ୱାର୍ଣ୍ଣର ବିସ୍ଫୋରକ ୬୯ ରନର ଇନିଂସ ଖେଳିବା ପରେ ବିଜୟ ଶଙ୍କର ୩୫ ଓ ଜନ୍ ବେୟାରଷ୍ଟୋ ୪୫ ରନ୍ କରିଥିଲେ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲସ ୨ ଉଇକେଟ୍ ହରାଇ ୧୯୮ ରନ୍ କରିଥିଲା ।

କେରଳର ଲିଟିଲ ଷ୍ଟାର୍ ସଂଜୁ ସାମସନ୍ (୧୦୨ଞ୍ଚ, ୫୫ ବଲ) ଆଇପିଏଲ୍ ଦ୍ବାଦଶ ସଂସ୍କରଣର ପ୍ରଥମ ଶତକକୁ ନିଜ ନାମରେ କରି ନେଇଥିଲେ ମଧ୍ୟ ତାଙ୍କ ଦଳ ରାଜସ୍ଥାନ ରୟାଲସ ବିଜୟ ଖାତା ଖୋଲି ପାରିନାହିଁ । ଦ୍ବିତୀୟରୁ ଦ୍ବିତୀୟ ପରାଜୟ ବରଣ କରି ପଏଣ୍ଟ ଟେବୁଲ୍ ଶେଷରେ ସଂଘର୍ଷ କରୁଛି ରାଜସ୍ଥାନ ରୟାଲସ ।

ସଂକ୍ଷିପ୍ତ ସ୍କୋର : ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୯୮/୨ (ସଂଜୁ ସାମସନ୍-୧୦୨ଞ୍ଚ, ଅଜିଙ୍କ୍ୟ ରାହାଣେ-୭୦, ବେନ୍ ଷ୍ଟୋକ୍ସ-୧୬ଞ୍ଚ, ଭୁବନେଶ୍ବର କୁମାର-୦/୫୫, ରସିଦ୍ ଖାନ୍-୧/୨୪, ସାହାବାଜ୍ ନଦିମ୍-୧/୩୬) । ସନରାଇଜର୍ସ ହାଇଦ୍ରାବାଦ ୧୯ ଓଭରରେ ୨୦୧/୫ (ଡେଭିଡ୍ ୱାର୍ନର-୬୯, ଜନି ବେୟାରଷ୍ଟୋ-୪୫, ବିଜୟ ଶଙ୍କର-୩୫, ଶ୍ରେୟସ ଗୋପାଳ-୩/୨୭, ଜୟଦେବ ଉନାଦକତ୍-୧/୨୬, ବେନ୍ ଷ୍ଟୋକ୍ସ-୧/୪୦) ।