କଳିଯୁଗ ମା’ର କଳାକାରନାମା ! ନାବାଳିକା ଝିଅକୁ ଭଣ୍ଡବାବାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ କରୁଥଲେ ବାଧ୍ୟ

144

ମା’ କେବଳ ଏକ ଶବ୍ଦ ବା ଡାକ ନୁହେଁ ।ଏହି ମା’ ଡାକରେ ସୀମିତ ପୁରା ବ୍ରହ୍ମାଣ୍ଡ । କୁହାଯାଏ ସବୁ ଖରାପ ନଜରରୁ ରକ୍ଷା କରିଥାଏ ମା’ର ପଣତ । କିନ୍ତୁ ସେହି ମା’ ଯଦି ଡାହାଣୀ ସାଜେ ତେବେ ସନ୍ତାନ କରିବ କଣ । ସାମ୍ନାକୁ ଆସିଛି ଏଭଳି ଜଣେ କଳିଯୁଗ ମା’ର କଳାକାରନାମା । ନିଜ ୧୬ବର୍ଷୀୟ ନାବାଳିକା ଝିଅକୁ ଜଣେ ଭଣ୍ଡ ବାବାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଛି ଅଭିଯୁକ୍ତା ମା’ । ଘଟଣାଟି ଘଟିଛି ହାଇଦ୍ରାବାଦରେ ।

ଅଭିଯୋଗ ମୂତାବକ, ଝିଅ ଉପରେ କାହାର ଖରାପ ନଜର ଅଛି ବୋଲି ଅଭିଯୁକ୍ତା ମା’ ବିଶ୍ୱାସ କରୁଥିଲେ । ତେଣୁ ଝିଅକୁ ଖରାପ ଆତ୍ମାର ପ୍ରଭାବ ରକ୍ଷା କରିବାକୁ ଜଣେ ଭଣ୍ଡ ବାବାଙ୍କ ଶରଣ ପଶିଥିଲେ । ତେବେ ବାବା ଜଣକ ଝିଅକୁ ଭଲ କରିବା ବାହାନାରେ କରିଥିଲେ ଯୌନ ଶୋଷଣ । ଆଉ ଏଥିରେ ସାଥ୍ ଦେଇଥିଲେ ଅଭିଯୁକ୍ତା ଏବଂ ତାଙ୍କ ୫୯ବର୍ଷୀୟା ବୃଦ୍ଧା ମା’ । ଏହିପରି ଭାବରେ ବିଭିନ୍ନ ପୂଜା ନାଁରେ ବାବା ଜଣକ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିଆସୁଥିଲେ । ତେବେ ଘଟଣା ବିଷୟରେ ନାବାଳିକାଙ୍କ ବାପା ଜାଣିବା ପରେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭଣ୍ଡବାବାଙ୍କୁ ଗିରଫ କରିଛି ପୁଲିସ୍ ।

ଏହା ସହ ଦେଖନ୍ତୁ ଫାଶୀ ଦଣ୍ଡାଦେଶ ପରେ କାହିଁକି କଲମ ଭାଙ୍ଗନ୍ତି ବିଚାରପତି ! ଜାଣନ୍ତୁ ଏହାର କାରଣ