ପ୍ଲେ ଅଫ ପାଇଁ ଲଢେଇ କରିବ ହାଇଦ୍ରାବାଦ । ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

115

କନକ ବ୍ୟୁରୋ : ଆଜି ଚଳିତ ଆଇପିଏଲର ଶେଷ ଲିଗ ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ । ଫଳରେ ଏବେ ବ୍ୟାଟିଂ କରିବ ମୁମ୍ବାଇ ଦଳ । ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଆଜି ଦୁଇଟି ଦଳ ପାଇଁ ଭାଗ୍ୟ ନିର୍ଦ୍ଧାରଣ କରିବ ଏହି ମ୍ୟାଚ । ହାଇଦ୍ରାବାଦ ଆଜି ଜିତିଲେ ପ୍ଲେଅଫରେ ପ୍ରବେଶ କରିବ । ଯଦି ହାରିଯାଏ ତେବେ କୋଲକାତା ସିଧାସଳଖ ପ୍ଲେ ଅଫରେ ପ୍ରବେଶ କରିବ ।

ତେବେ ଆଜିର ମ୍ୟାଚ ମୁମ୍ବାଇ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । କାରଣ ମୁମ୍ବାଇ ୧୩ ମ୍ୟାଚରୁ ୯ ବିଜୟ ଓ ୪ ପରାଜୟ ସହ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆଜିର ମ୍ୟାଚ କୋଲକାତା ଓ ହାଇଦ୍ରାବାଦ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କୋଲକାତା ବର୍ତ୍ତମାନ ୧୪ ପଏଣ୍ଟରେ ଚତୁର୍ଥ ସ୍ଥାନରେ ରହିଛି । ହାଇଦ୍ରାବାଦ ଆଜି ଜିତିଲେ ୧୪ ପାଏଣ୍ଟ ପାଇ ଚତୁର୍ଥ ସ୍ଥାନ ହାସଲ କରିବ । କାରଣ ହାଇଦ୍ରାବାଦର ରେନ ରେଟ ଅଧିକ ରହିଛି ।
ଏପଟେ ଦେଖିବାକୁ ଗଲେ ଆଜିର ମ୍ୟାଚରେ ମୁମ୍ବାଇର ପଲ୍ଲା ଭାରି ରହିବ । ଚଳିତ ଆଇପିଏଲରେ ମୁମ୍ବାଇ ଅଧିକ ଶକ୍ତିଶାଳୀ ରହିଛି । ମୁମ୍ବାଇରେ କିରନ ପୋଲାର୍ଡ, ଇଶାନ କିଷାନ, ହାର୍ଦ୍ଦିକ ପାଣ୍ଡ୍ୟା, ଡିକକ୍୍ ଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ଶାହ, ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି ।