କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ ।
ଚଳିତ ଆଇପିଏଲରେ ଉଭୟ ଦଳ ୬ ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ରାଜସ୍ଥାନ ୨ଟିରେ ବିଜୟୀ ହୋଇ ୪ଟିରେ ପରାଜିତ ହୋଇଛି । ସେହିପରି ହାଇଦ୍ରାବାଦ ୧ଟିଏରେ ବିଜୟୀ ହୋଇ ୫ଟିରେ ପରାଜିତ ହୋଇଛି । ଉଭୟ ଦଳ ପଏଣ୍ଟ ଟେବୁଲର ଯଥାକ୍ରମେ ୭ ଓ ୮ ସ୍ଥାନରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/Samson-Kane-IPL_571_855.jpg)