ଆଇପିଏଲ ଲଢେଇ: ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ଦଳ । 

76

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଟିମ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଉଭୟ ଦଳ ଏହି ମ୍ୟାଚରେ ବିଜୟୀ ହେବାକୁ ଜୋରଦାର ପ୍ରୟାସ ଜାରି ରଖିବେ ।

ବାଙ୍ଗାଲୋର ଓ ହାଇଦ୍ରାବାଦ ଦଳରେ ବଡ ବଡ ହିଟର ରହିଛନ୍ତି । ତେଣୁ ଏହି ମ୍ୟାଚରେ ଛକା ଚୌକାର ବର୍ଷା ଦେଖିବାକୁ ମିଳିପାରେ । ବାଙ୍ଗାଲୋର ଦଳରେ ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସୱେଲ, ବିରାଟ କୋହଲି ଓ କ୍ରିସ ମୋରିସଙ୍କ ଭଳି ଖେଳାଳି ରହିଛନ୍ତି । ସେପଟେ ହାଇଦ୍ରାବାଦରେ ଜନି ବେୟାରଷ୍ଟୋ, ଡେଭିଡ ୱାର୍ଣ୍ଣର ଓ ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି ।