କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ । ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଏହି ମ୍ୟାଚ ହାଇଦ୍ରାବାଦ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ବାଙ୍ଗାଲୋର ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିବେ ।
ଉଭୟ ଦଳ ଚଳିତ ଆଇପିଏଲରେ ୧୨ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ବାଙ୍ଗାଲୋର ୭ଟି ବିଜୟ ଓ ୫ଟି ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ୫ଟି ବିଜୟ ଓ ୭ଟି ପରାଜୟ ସହ ସପ୍ତମ ସ୍ଥାନରେ ରହିଛି । ହାଇଦ୍ରାବାଦକୁ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବା ପାଇଁ ଏହି ମ୍ୟାଚ ଜିତିବାକୁ ହେବ ।
ବାଙ୍ଗାଲୋରରେ ବିରାଟ କୋହଲି, ଡିଭିଲିୟର୍ସ, ପାଡିକଲଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ଶାହା, ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/66981-16040418067676-800.jpg)