କନକ ବ୍ୟୁରୋ: ହାଇଦ୍ରାବାଦରେ ଜଣେ ଯୁବତୀଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣର ଘଟଣା ସାମ୍ନାକୁ ଆସିଛି । ତେବେ ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । କିଛି ଯୁବକ ଭିଡ ଭିତରେ ନିର୍ବନ୍ଧ ପୂର୍ବରୁ ଯୁବତୀଙ୍କୁ ଅପହରଣ କରିନେଇଥିଲେ । ଘରେ ପସି ତାଙ୍କୁ ଅପହରଣ କରିଥିଲେ ଯୁବକ । ଯେତେବେଳେ ମାମଲା ଥାନାରେ ପହଞ୍ଚିଥିଲା ପୋଲିସ ଅପହର୍ତ୍ତାଙ୍କ ପାଖରୁ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଲାଗିଯାଇଥିଲା । ତେବେ ସବୁଠାରୁ ଚର୍ଚ୍ଚାର କଥା ଏହି ଅପହରଣ ଘଟଣାରେ ୩୨ ଜଣ ଗିରଫ ହୋଇଥିଲେ ।
ପୋଲିସ କହିଛି, ଏହି ଯୁବକମାନେ ଶୁକ୍ରବାର ଯୁବତୀଙ୍କୁ ଅପହରଣ କରିନେଇଥିଲେ । ଏହି ଘଟଣାର ଗୋଟିଏ ଦିନ ପରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତ ୩୨ ଜଣଙ୍କୁ ପୋଲିସ ବର୍ତ୍ତମାନ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ମଧ୍ୟ ଫେରାର ରହିଛି । ତାକୁ ଧରିବା ପାଇଁ ପୋଲିସର ଉଦ୍ୟମ ଜାରିରହିଛି । ମହିଳା ଜଣକ ଅଭିଯୁକ୍ତ ବିରୋଧରେ ପୂର୍ବରୁ ଉତ୍ପୀଡନର ଅଭିଯୋଗ ମଧ୍ୟ ଆଣିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/hfhfhfh.jpg)