ଡିଭିଲିୟର୍ସଙ୍କ ଉପରେ ଭାରି ପଡିଲେ ଭୁବନେଶ୍ୱର: ବାଙ୍ଗାଲୋରକୁ ୪ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ 

81

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚ ବେଶ ରୋମାଞ୍ଚକର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଶେଷ ଓଭର ଯାଏଁ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ଶେଷରେ ଭୁବନେଶ୍ୱର କୁମାରଙ୍କ ଦମଦାର ବୋଲିଂ ବଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ୪ ୱିକେଟରେ ଜିତି ନେଇଛି ।

ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର ଦଳ । ଫଳରେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ହାଇଦ୍ରାବାଦ ପ୍ରଥମେ ଭଲ ଆରମ୍ଭ କରିଥିଲା । ଦଳ ପକ୍ଷରୁ ଜାସନ ରଏ, ୱିଲିୟମସନ ୩୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୪୧ ରନ କରିବାରେ ସଫଳ ହୋଇଥିଲା ।

୧୪୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ବାଙ୍ଗାଲୋର ଦଳ । ହେଲେ ଦଳ ଏହି ମ୍ୟାଚ ଜିତି ପାରିନଥିଲା । ଦଳ ପକ୍ଷରୁ ଦମଦାର ଲଢେଇ କରି ମ୍ୟାକ୍ସୱେଲ ୪୦, ପାଡିକଲ ୪୧ ରନ କରିଥିଲେ । ହେଲେ ବିଜୟ ଲକ୍ଷ୍ୟ ହାସଲ କରିପାରିନଥିଲେ । ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୩୭ ରନ କରିବାରେ ସଫଳ ହୋଇଥିଲା ।