ହାଇଦ୍ରାବାଦ ରାଗିଂ ମାମଲାରେ ୫ ଜଣଙ୍କୁ ଗିରଫ କଲା ପୋଲିସ, ୧୨ ଛାତ୍ରଙ୍କୁ କଲେଜରୁ ସସପେଣ୍ଡ।

354

କନକ ବ୍ୟୁରୋ: ହାଇଦ୍ରାବାଦର ଶଙ୍କରପଲ୍ଲୀସ୍ଥିତ ବିଜନେସ ସ୍କୁଲରେ ରାଗିଂର ଅଭିଯୋଗ ଆସିଛି । କିଛି ସିନିୟର ଛାତ୍ର ଜଣେ ଜୁନିୟର ଛାତ୍ର ସହ ମାରପିଟ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୋଲିସ ମାମଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା ୫ଜଣଙ୍କୁ ଗିରଫ କରାଯାଇଛି । ସ୍କୁଲ ପ୍ରଶାସନ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଛାତ୍ରମାନଙ୍କୁ ନିଲମ୍ବନ କରାଯାଇଛି ।

ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ୟୁନିଭର୍ସିଟି ଅଫ୍ ଆଇସିଏଫଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନ ୧୨ ସିନିୟର ଛାତ୍ରଙ୍କୁ ନିଲମ୍ବନ କରିଥିବା ଘୋଷଣା କରିଛି । ଏହି ସମସ୍ତେ ଜୁନିୟର ଛାତ୍ରଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଆଇଏଫଏଚଇର ରେଜିଷ୍ଟ୍ରାରଙ୍କ କହିବା ଅନୁସାରେ ସଂସ୍ଥାନ ଏନେଇ ତତ୍ପରତାର ସହ କାମ କରିଥିଲେ । ସମସ୍ତ ୧୨ ଛାତ୍ରଙ୍କୁ ସଙ୍ଗେସଙ୍ଗେ ନିଲମ୍ବନ କରାଯାଇଛି । ଏଭଳି କାର୍ଯ୍ୟକଳାପ ଉପରେ ଶୂନ୍ୟ ସହିଷ୍ଣୁତା ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।