କନକ ବ୍ୟୁରୋ : ଗାର୍ଲଫ୍ରେଣ୍ଡକୁ ମେସେଜ କରିବାରୁ ସାଙ୍ଗର ମୁଣ୍ଡ କାଟିଦେଲା ସାଙ୍ଗ । ଖାଲି ସେତିକି ନୁହେଁ ତାହାର ଫଟୋ ଉଠାଇ ପ୍ରେମିକାକୁ ପଠାଇଲା । ହାଇଦ୍ରାବାଦରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଜଣେ ୨୨ ବର୍ଷୀୟ ଯୁବକ ତା’ର ସାଙ୍ଗକୁ ନିର୍ମମ ଭାବରେ ହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି । କେବଳ ସେତିକି ନୁହେଁ, ଜହ୍ଲାଦ ଜଣକ ନିଜ ସାଙ୍ଗକୁ ହତ୍ୟା କରିବା ପରେ ତା’ର ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଛି ଏବଂ ତା’ର ଛାତି ଚିରି ହୃତ୍‌ପିଣ୍ଡ ବାହାର କରିଦେବା ସହ ତା’ର ଯୌନାଙ୍ଗ ଓ ଆଙ୍ଗୁଠିଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟିପକାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଯାହାକୁ ନିଜର ଗାର୍ଲଫ୍ରେଣ୍ଡ ବୋଲି କହୁଛି ତା’ ସହ ତା’ ସାଙ୍ଗର ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ପୁଲିସ ଶବ ଜବତ କରି ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

Advertisment

ସୂଚନା ଅନୁସାରେ ନବୀନ, ହରିହର କୃଷ୍ଣ ଓ ଝିଅଟି ଗୋଟିଏ କଲେଜରେ ପାଠ ପଢ଼ନ୍ତି । ଏକା ଝିଅ ସହ ଦୁଇ ଜଣ ପ୍ରେମରେ ପଡ଼ିଥିଲେ। ନବୀନ ପ୍ରଥମେ ଝିଅକୁ ଭଲ ପାଇଥିଲା ଏବଂ ଦୁହେଁ ଡେଟିଂ ଆରମ୍ଭ କରିଥିଲେ । ଏମିତି କିଛି ବର୍ଷ ଦୁହିଙ୍କ ଭିତରେ ରୋମାନ୍ସ ଚାଲିବା ପରେ ସେମାନଙ୍କ ମଧ୍ୟରେ ଫାଟ ହୋଇଥିଲା । ଏହାପରେ ହରିହର କୃଷ୍ଣ ଉକ୍ତ ଝିଅକୁ ପ୍ରେମ ନିବେଦନ କଲା ଏବଂ ଝିଅ ବି ତାହାକୁ ଗ୍ରହଣ କଲା । କିନ୍ତୁ ନବୀନ ସହ ଝିଅର ପୂର୍ବରୁ ସମ୍ପର୍କ ଥିବାରୁ ସେ ଝିଅ ପାଖକୁ ମେସେଜ ପଠାଇବା ସହିତ ତା’ ସହ ଫୋନରେ କଥା ହେଉଥିଲା । କୃଷ୍ଣ ଏ କଥା ଜାଣିଲା ପରେ ଉତ୍‌କ୍ଷିପ୍ତ ହୋଇଉଠିଲା । ଫେବ୍ରୁଆରି ୧୭ରେ ନବୀନ ଓ ହରିହର କୃଷ୍ଣ ଭିତରେ ଝଗଡ଼ା ହେଲା ଏବଂ ହରିହର ନବୀନକୁ ତଣ୍ଟି ଚିପି ହତ୍ୟା କଲା । ଏହାପରେ ସେ ନବୀନର ମୁଣ୍ଡ କାଟ କରି ହୃତ୍‌ପିଣ୍ଡ ତାଡ଼ିବା ସହ ଯୌନାଙ୍ଗ ଛେଦନ କରି ତା’ର ଫଟୋ ଉଠାଇ ତା’ ଗାର୍ଲଫ୍ରେଣ୍ଡ ପାଖକୁ ହ୍ବାଟ୍‌ସଆପ୍‌ କରିଥିଲା ।