ଶାହା-ୱାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ । ୨୧୯ ରନର ବିଶାଳ ସ୍କୋର କଲା ହାଇଦ୍ରାବାଦ । ଦିଲ୍ଲୀ ଆଗରେ ୨୨୦ ରନ ଟାର୍ଗେଟ

261

କନକ ବ୍ୟୁରୋ : ଆଜିର ମ୍ୟାଚରେ ଶାହା-ୱାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ହାଇଦ୍ରାବାଦ ୨୧୯ ରନର ବିଶାଳ ସ୍କୋର କରିଛି । ଏହାସହ ଏବେ ଦିଲ୍ଲୀ ଆଗରେ ୨୨୦ ରନର ଟର୍ଗେଟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲା । ଆରମ୍ଭରୁ ଦଳ ଆକ୍ରାଣାତ୍ମକ ଖେଳିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୬୬, ରିଦ୍ଧିମାନ ଶାହା ୮୭ ଓ ମନିଷ ପାଣ୍ଡେ ୪୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୨ ୱିକେଟ ହରାଇ ୨୧୯ ରନ କରିପାରିଛି ।

ଏବେ ୨୨୦ ରନ ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇବ ଦିଲ୍ଲୀ । ଦିଲ୍ଲୀରେ ଶିଖର ଧୱନ, ଆଜିଙ୍କ୍ୟ ରାହାଣେ, ରିଷବ ପନ୍ତ, ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ରହିଛନ୍ତି ।