ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ । ଦିଲ୍ଲୀକୁ ୧୬୩ ରନର ଟାର୍ଗେଟ ଦେଲା ସନରାଇଜର୍ସ ହାଇଦ୍ରାବାଦ ।

ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ । ଦିଲ୍ଲୀକୁ ୧୬୩ ରନର ଟାର୍ଗେଟ ଦେଲା ସନରାଇଜର୍ସ ହାଇଦ୍ରାବାଦ ।

କନକ ବ୍ୟୁରୋ : ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ବଳରେ ୧୬୨ ରନ କରିଛି ସନରାଇଜର୍ସ ହାଇଦ୍ରାବାଦ । ଫଳରେ ଦିଲ୍ଲୀ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ହାଇଦ୍ରାବାଦ । ବର୍ତ୍ତମାନ ୧୬୩ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦିଲ୍ଲୀ ଟିମ୍ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଏକ ବଡ ପାଳି ଖେଳିବାକୁ ହେବ ।

ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ହାଇଦ୍ରାବାଦ ପକ୍ଷରୁ ଡେଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ପାଳି ଆରମ୍ଭ କରିଥିଲେ । ୱାର୍ଣ୍ଣର ୪୩, ବେୟାରଷ୍ଟୋ ୫୩ ଓ ୱିଲିୟମ ସନ ୪୧ ରନ କରିଥିଲେ । ଫଳରେ ୨୦ ଓଭରରେ ୩ ୱିକେଟ ହରାଇ ହାଇଦ୍ରାବାଦ ୧୬୨ ରନ କରିଛି ।

ଏବେ ୧୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦିଲ୍ଲୀ ଟିମ୍ । ଦଳକୁ ଏହି ମ୍ୟାଚି ଜିତିବାକୁ ହେଲେ ହାଇଦ୍ରାବାଦ ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe