ହାଇଦ୍ରାବାଦ ଏନକାଉଣ୍ଟର ଘଟଣାରେ ସାରା ଦେଶ ପୋଲିସକୁ ସଲାମ୍ କରୁଥିବାବେଳେ ସମାଲୋଚନା କଲେ ବିଜେପି ସାଂସଦ ମେନକା ଗାନ୍ଧୀ ! କହିଲେ , ଆଇନକୁ ହାତକୁ ନେଇ ଠିକ୍ କରିନି ପୋଲିସ୍ । 

790

ହାଇଦ୍ରାବାଦ ଘଟଣାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ମାତ୍ର ୧୦ ଦିନ ଭିତରେ ପୀଡିତାଙ୍କୁ ନ୍ୟାୟ ମିଳିଥିବାରୁ ପୋଲିସକୁ ସାଲ୍ୟୁଟ କରୁଛନ୍ତି ମହିଳା । ପୋଲିସକୁ ସାବାସୀ ଦେଉଛି ସମଗ୍ର ଦେଶ । କିନ୍ତୁ କେତେକ ନେତା ଓ ବରିଷ୍ଠ ବ୍ୟକ୍ତି ଏହି ଏନକାଉଣ୍ଟରକୁ ବିରୋଧ କରି ସମାଲୋଚନା କରୁଛନ୍ତି । ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ମେନକା ଗାନ୍ଧୀ । ସେ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିବା ଠିକ୍ ହୋଇନାହିଁ । ଆମ ଦେଶରେ ଅଦାଲତ ଅଛି , ଆଇନ ବ୍ୟବସ୍ଥା ରହିଛି । ଯାହା ସତ୍ତେ୍ୱ ଆଇନକୁ ହାତକୁ ନେଇଛି ପୋଲିସ ଏବଂ ଅଭିଯୁକ୍ତମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ଆଇନ୍ ପ୍ରକ୍ରିୟାରେ ଅଭିଯୁକ୍ତମାନେ ପୋଲିସ ସହ ଯାଇଥିଲେ । କିନ୍ତୁ ପୋଲିସ ଆଇନକୁ ହାତକୁ ନେଇ ସେମାନଙ୍କୁ ଗୁଳି କରି ହତ୍ୟା କରିଛି । ଯଦି ଏଭଳି ଏନକାଉଣ୍ଟର କରାଯାଏ ତାହାଲେ ଦେଶରେ ଆଇନ ବ୍ୟବସ୍ଥା ଓ ଅଦଲାତର କୌଣସି  ଆବଶ୍ୟକତା ନାହିଁ । ସୂଚନାନୁସାରେ , ହାଇଦ୍ରାବାଦ ଘଟଣାରେ ଆଜି ସକାଳେ ପୋଲିସ ୪ ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଥିଲା । ଏହି ଚାରିଜଣ ଅଭିଯୁକ୍ତଙ୍କ ଉପରେ ମହିଳା ପଶୁଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୋଗ ହୋଇଥିଲା । ପୋଲିସର କହିବାନୁଯାୟୀ, ଅଭିଯୁକ୍ତ ଖସି ପଳାଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏହି ଏନକାଉଣ୍ଟର ଭୋର୍ ୩ ଟାରୁ ୬ଟା ସମୟ ମଧ୍ୟରେ ହୋଇଥିଲା ।

ପୋଲିସ ମୁତାବକ, ଅଦାଲତରେ ଚାର୍ଟସିଟ ଦାଖଲ କରିବା ପରେ ପୋଲିସ ଏହି ଚାରିଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳ ଉପରକୁ ନେଇଥିଲା । କାରଣ ଅଫ୍ କ୍ରାଇମ(ରିକ୍ରିଏସନ)ର ପ୍ରକ୍ରିୟା କରାଯାଇପାରିବ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପୋଲିସ କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇ ଖସି ପଳାଇଯିବାକୁ ଉଦ୍ୟମ କରିଥିଲା । ସେମାନଙ୍କୁ ଅଟକାଇବା ପାଇଁ ପୋଲିସ ଗୁଳି ଚାଳନା କରିଥିଲା । ଏହି ଏନକାଉଣ୍ଟରରେ ଚାରିଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା ।