କିଛି ବର୍ଷ ହେଲାଣି ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି । ଯେତେ କଡ଼ା ଆଇନ ପ୍ରଣୟନ କରାଯାଉଛି, ଦୁଷ୍କର୍ମ ସଂଖ୍ୟା ସେତେ ବଢ଼ିବାରେ ଲାଗିଛି । ୯ ମାସ ଶିଶୁ ମଧ୍ୟ ଏ ସମାଜରେ ଦୁଷ୍କର୍ମର ଶିକାର ହେଉଛି । ସମାଜର ଏଭଳି ଅବସ୍ଥା ଦେଖି ଚିନ୍ତିତ ଥିବା ଜଣେ ପୂଜାରୀ ଏବେ ଗୋମାତାଙ୍କୁ ପୂଜା କରିବା ଆରମ୍ଭ କରିଛନ୍ତି । ଏଭଳି ଅପରାଧକୁ ବନ୍ଦ କରିବା ପାଇଁ ପୂଜାରୀ ଗାଇକୁ ପୂଜାର୍ଚ୍ଚନା କରିବା ଆରମ୍ଭ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏ ନେଇ ଚିଲକୁର ବାଲାଜୀ ମନ୍ଦିରରେ ପୂଜାରୀ ୩ଟି ଗାଇ ସହ ପରିକ୍ରମା କରିଥିବା ଜଣା ପଡ଼ିଛି ।
Hyderabad: A special prayer was organised in Chilkoor Balaji Temple, Gandipet with three cows today. Priest Ranga Rajan says,"3 cows will do 3 Pradakshina around Balaji temple sanctum to prevent evil thoughts,deeds like rapes. Three Pradakshinams represent words,deeds&thoughts." pic.twitter.com/eIwGLrzo4l
— ANI (@ANI) June 23, 2019
ପୁରୋହିତ ରଙ୍ଗା ରଞ୍ଜନଙ୍କ କହିବା ଅନୁଯାୟୀ, ସମାଜର କୌଣସି ସମସ୍ୟାର ସମାଧାନ ପାଇଁ ପ୍ରାଚୀନ କାଳରୁ ଲୋକେ ଗୋମାତାଙ୍କୁ ପୂଜା କରି ଆସୁଛନ୍ତି । ଦେଶରେ ଏବେ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା ଦେଖି ଏହାକୁ କମ କରିବା ପାଇଁ ମୁଁ ଗୋମାତାଙ୍କ ପୂଜା କରିବା ଆରମ୍ଭ କରିଛି । ୩ଟି ଗାଇକୁ ନେଇ ମୁଁ ଚିଲକୁର ବାଲାଜୀ ମନ୍ଦିରରେ ପରିକ୍ରମା କରିଛି । ୩ଟି ଗାଇ ୩ଥର ପରିକ୍ରମା କରିଛନ୍ତି । ୩ଟି ଗାଇ ଶବ୍ଦ, କର୍ମ ଏବଂ ବିଚାରକୁ ପ୍ରତିନିଧିତ୍ୱ କରିଛନ୍ତି ବୋଲି କହିଛନ୍ତି ରଙ୍ଗା ରଞ୍ଜନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/Capture-23.jpg)