ଏନ୍‌କାଉଣ୍ଟର୍‌ ଧମକକୁ ୨୪ ଘଂଟା ପୁରିନି: ହାଇଦ୍ରାବାଦ୍ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ମୃତ

2,281

କନକ ବ୍ୟରୋ: ‘ଏନ୍‌କାଉଣ୍ଟର୍‌’ କରିିବାକୁ ମନ୍ତ୍ରୀ କହିବାର ୨୪ ଘଂଟା ନପୁରୁଣୁ ହାଇଦ୍ରାବାଦର ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତର ମୃତଦେହ ରେଳ ଲାଇନରୁ ମିଳିଛି ।୬ ବର୍ଷୀୟ ବାଳିକାକୁ ‘ଦୁଷ୍କର୍ମ ଓ ହତ୍ୟା’ରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଶବ ଆଜି ସକାଳେ ରେଳଧାରଣା ଉପରୁ ମିଳିଛି। ଅଭିଯୁକ୍ତ ଦୌଡ଼ି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିବା କଥା ପୁଲିସ କହୁଛି। ଟୁଇଟର୍‌ରେ ଅଭିଯୁକ୍ତଙ୍କ ମୃତଦେହର ଫଟୋ ସେୟାର୍‌ କରି ତେଲେଙ୍ଗାନା ପୁଲିସ ମୁଖ୍ୟ ଏ ଖବରକୁ ସୁନିଶ୍ଚିତ କରିଛନ୍ତି।ହାଇଦ୍ରାବାଦ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ‘ଏନ୍‌କାଉଣ୍ଟର୍‌’ କରି ହତ୍ୟା କରାଯିବ ବୋଲି ମଙ୍ଗଳବାର ଦିନ ତେଲେଙ୍ଗାନା ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଥିଲେ। ସାମ୍ବାଦିକମାନଙ୍କୁ ସେ କହିଥିଲେ, ୬ ବର୍ଷୀୟ ବାଳିକାକୁ ଯଥାଶିଘ୍ର ନ୍ୟାୟ ମିଳିବ । ଅଭିଯୁକ୍ତକୁ ଆମେ ନିଶ୍ଚୟ ଧରିବୁ ଏବଂ ଏନ୍‌କାଉଣ୍ଟର୍‌ କରି ମାରିବୁ। ତାକୁ ଛାଡ଼ିବାର କଥା ହିଁ ଉଠୁନାହିଁ ବୋଲି ରେଡ୍ଡି କହିଥିଲେ ।
ସୂଚନା ମୁତାବକ, ୩୦ ୧ର୍ଷିୟ ଏହି ଅଭଯୁକ୍ତକୁ ଖୋଜିବାକୁ ୧୫ଟି ପୁଲିସ ଟିମ୍‌ ଗଠନ କରାଯାଇ ମହାରାଷ୍ଟ୍ର ଏବଂ ହାଇଦ୍ରାବାଦକୁ ପଠାଯାଇଥିଲା। ଫେରାର ଅଭିଯୁକ୍ତଙ୍କ ସୂଚନା ଦେଇ ପାରିଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୂର୍ବରୁ ହାଇଦ୍ରାବାଦ ପୁଲିସ ଘୋଷଣା କରିଥିଲା।ସେପ୍ଟେମ୍ବର ୯ ତାରିଖରେ ନବର୍ଷର ନାବାଳିକାକୁ ଦୁଷ୍ମର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ।