ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି: ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ବହୁ ଆଗରେ; ଟିଆରଏସ ଦ୍ୱିତୀୟ ଓ ଏମଆଇଏମ ତୃତୀୟ ସ୍ଥାନରେ

୧୫୦ଟି ୱାର୍ଡରେ କିଏ ମାରିବ ବାଜ ତା ଉପରେ ନଜର

181

କନକ ବ୍ୟୁରୋ: ଗ୍ରେଟର ହାଇଦ୍ରାବାଦ ନଗର ନିଗମ କିଏ ଜିତିବ । ଭୋଟଗଣତି ଜାରି ରହିଥିବା ବେଳେ ୧୫୦ ୱାର୍ଡର ଫଳାଫଳ କିଛି ସମୟ ପରେ ଘୋଷଣା ହେବ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ବହୁ ଆଗରେ ଥିବା ବେଳେ ଟିଆରଏସ ଦ୍ୱିତୀୟ ଓ ଏମଆଇଏମ ତୃତୀୟ ସ୍ଥାନରେ ରହିଛି । ଏଥର ବିଜେପି ନେତୃତ୍ୱ ଏହି ନିର୍ବାଚନ ପାଇଁ ଆଗ୍ରହ ଦେଖାଇଥିବାରୁ ନିର୍ବାଚନକୁ ବେଶ ଗୁରୁତ୍ୱ ଦିଆଯାଉଛି । ୨୦୧୬ ନିର୍ବାଚନରେ ୧୫୦ ୱାର୍ଡ ମଧ୍ୟରୁ ତେଲେଙ୍ଗାନାର ଶାସକ ଦଳ ଟିଆରଏସ ୯୯ଟି ୱାର୍ଡ ଜିତିଥିବାବେଳେ ଏଆଇଏମଆଇଏମ ୪୪ଟି ଆସନ ଜିତିଥିଲା ।

ବିଜେପି ୩ ଓ କଂଗ୍ରେସ ଖାତାକୁ ୨ଟି ୱାର୍ଡ ଯାଇଥିଲା । ଏଥର କିନ୍ତୁ ପରିସ୍ଥିତି ଅଲଗା ହୋଇଛି । ଏଥର ବିଜେପି ମୈଦାନକୁ ଆସିଥିବାରୁ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ଅଛି । ବିଜେପି ୧୪୯ ୱାର୍ଡରେ ନିର୍ବାଚନ ଲଢୁଥିବାବେଳେ ଟିଆରଏସ ସମସ୍ତ ୧୫୦, କଂଗ୍ରେସ ୧୪୬ ଓ ଏଆଇଏମଆଇଏମ ୫୧ୱାର୍ଡରେ ନିର୍ବାଚନ ଲଢୁଛନ୍ତି । ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ୨୪ ବିଧାନସଭା ଓ ୫ ଲୋକସଭା ଆସନ ଆସୁଛି ।