ଦିଶାଙ୍କୁ ମିଳିଲା ନ୍ୟାୟ । ହାଇଦ୍ରାବାଦ ଡାକ୍ତରୀଣୀ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ସଂପୃକ୍ତ ଥିବା ୪ ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରରେ ମାରି ଗଡାଇଦେଇଛି ପୋଲିସ । ପୋଲିସର ଏଭଳି କାମ ପାଇଁ ଦିଶାଙ୍କ ପରିବାର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ପୀଡିତାଙ୍କ ବାପା କହିଛନ୍ତି ମୋ ଝିଅକୁ ନ୍ୟାୟ ମିଳିଛି । ଝିଅର ଆତ୍ମାକୁ ଶାନ୍ତି ମିଳିଛି । ସେହିଭଳି ଦିଶାଙ୍କ ଭଉଣୀ ତେଲେଙ୍ଗାନା ସରକାର ଓ ପୋଲିସକୁ ଧନ୍ୟବାଦ ଜଣାଇ କହିଛନ୍ତି , ଅଭିଯୁକ୍ତଙ୍କୁ ମାରିଦିଆଯାଇଥିବାରୁ ମୁଁ ବହୁତ ଖୁସି । ଏହି ୪ ଜଣ ସଇତାନଙ୍କୁ ଏଭଳି ଦଣ୍ଡ ଦିଆଯିବା ଉଚିତ୍ ।/kanak/media/post_attachments/wp-content/uploads/2019/12/HYDRABAD-750x430-1-300x172.jpg)
ସୂଚନାନୁସାରେ, ପଶୁ ଡାକ୍ତରାଣୀ ଦିଶା ହାଇଦ୍ରାବାଦର କୋଲ୍ଲୁର ସ୍ଥିତ ପଶୁଡାକ୍ତରଖାନା ଯାଉଥିବା ସମୟରେ ୪ ଜଣ ଯୁବକ ତାଙ୍କୁ ଗଣ ଦୁଷ୍କର୍ମ କରିବା ସହିତ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଥିଲେ । ଏହି ଘଟଣାରେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସାରା ଦେଶରେ ନ୍ୟାୟର ବହ୍ନି ଜଳି ଉଠିଥିଲା ଏବଂ ଦିଶାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ଏକଜୁଟ୍ ହୋଇଥିଲେ ।
Father of the woman veterinarian on all 4 accused killed in police encounter: It has been 10 days to the day my daughter died. I express my gratitude towards the police & govt for this. My daughter's soul must be at peace now. #Telanganapic.twitter.com/aJgUDQO1po
— ANI (@ANI) December 6, 2019
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/priyanka-reddy-mother.jpg)