କନକ ବ୍ୟୁରୋ : ଚିଲଡ୍ରେନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନାଁରେ ହେଉଛି ବଡ ନକଲି ନୋଟ୍ କାରବାର । ଏହି ନାଁରେ ଟଙ୍କା ଜମା କରିବାକୁ ଯାଇ ଜଣେ ଗିରଫ ହେବା ପରେ ସାମନାକୁ ଆସିଛି ଘଟଣା । ନୂଆ ୨ ହଜାର ଓ ୫ ଶହ ଟଙ୍କିଆର ନକଲି ନୋଟ୍ ବ୍ୟାଙ୍କରେ ଜମା କରିବା ବେଳେ ଜଣେ ବ୍ୟକ୍ତିକୁ ଗିରଫ କରିଛି ହାଇଦ୍ରାବାଦର କୁସାଇଗୁଡା ପୋଲିସ । ଗିରଫ ବ୍ୟକ୍ତିର ନାଁ ୟୁସୁଫ୍ ସେକ୍ ଓ ତା’ ଘର ମୌଲା ଅଲି ଅଂଚଳରେ ।
ଆହ୍ଲାବାଦ ବ୍ୟାଙ୍କରେ ୯ ଲକ୍ଷ ୯୦ ହଜାର ଟଙ୍କାର ନୂଆ ବଡ ନୋଟ୍ ଜମା କରିବାକୁ ଯାଇଥିଲା ୟୁସୁଫ୍ । ବ୍ୟାଙ୍କ୍ କର୍ମଚାରୀ ସନ୍ଦେହ କରି ପୋଲିସକୁ ଖବର ଦେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଗିରଫ ବ୍ୟକ୍ତି ପାଖରୁ୪ ଶହଟି ୨ ହଜାର ଟଙ୍କିଆ ନୋଟ୍ ଓ ୩୮୦ଟି ୫ ଶହ ଟଙ୍କିଆ ନକଲି ନୋଟ୍ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-14-20h02m25s104.png)