ହାଇଦ୍ରାବାଦରେ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣା । ମୃତ ଅଭିଯୁକ୍ତଙ୍କ ଶବ ନେବାକୁ ମନା କରିଦଲେ ପରିବାର ଲୋକେ । ଏବେ ପୁଲିସ କରିବ ଅନ୍ତିମ ସଂସ୍କାର

7,076

କନକ ବ୍ୟୁରୋ: ଦିଶାକୁ ମିଳିଛି ନ୍ୟାୟ । ପୁଲିସ ଗୁଳିରେ ଟଳି ପଡିଲେ ୪ ଦୁଷ୍କର୍ମ ଅଭିଯୁକ୍ତ । ଆଜି ହାଇଦ୍ରାବାଦ ପୁଲିସ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କୁ ଦେଇଛି ମୃତ୍ୟୁ ଦଣ୍ଡ । ତେବେ ଯେଉଁଠାରେ ସେମାନେ ପୀଡିତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ ଠିକ୍ ସେହି ଜାଗାରେ ହିଁ ପୁଲିସ ଦୁଷ୍କର୍ମକାରୀ ମହମ୍ମଦ ଆରିଫ୍, ଜୋଲୁ ନବୀନ, ଜୋଲୁ ଶିବା ଓ ଚିନ୍ତାକୁଟା ସାଭୁଲୁକୁୁ ଏନକାଉଂଟରରେ ସଫା କରିଛି । ଆଉ ହାଇଦ୍ରାବାଦ ପୁଲିସର ଏଭଳି କାର୍ଯ୍ୟକୁ ଚାରି ଆଡୁ ମିଳୁଛି ସାବାସୀ । ସେପଟେ, ୪ ଅଭିଯୁକ୍ତଙ୍କ ମୃତଦେହକୁ ସେମାନଙ୍କର ପରିବାର ଲୋକେ ନେବାକୁ ମନା କରିଦେଇଛନ୍ତି । ଯାହା ଦ୍ୱାରା ତେଲେଙ୍ଗାନା ପୁଲିସ ସେମାନଙ୍କର ଅନ୍ତିମ ସଂସ୍କାର କରିପାରେ ବୋଲି ଖବର ମିଳିଛି ।


ମିଳିଥିବା ସୂଚନା ଅନୁସାରେ, ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା ପୁଲିସ । ସେହି ସମୟରେ ଅଭିଯୁକ୍ତମାନେ ପୁଲିସ କବଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଷ୍କର୍ମକାରୀମାନେ ପୁଲିସ ଉପରକୁ ପଥର ମାଡ କରିଥିଲେ । ତେଣୁ ବାଧ୍ୟ ହୋଇ ଚେତନାପାଲୀର ଓଭରବ୍ରିଜ ପାଖରେ ପୁଲିସ ସେମାନଙ୍କୁ ଏନକାଉଂଟର କରିଛି । ତେବେ ଅଭିଯୁକ୍ତଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ତେଲେଙ୍ଗାନା ପୁଲିସ କମିଶନର । ଗତ ସପ୍ତାହରେ ଡାକ୍ତରାଣୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଯୋଜନବଦ୍ଧ ଭାବେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମକାରୀ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଏକ ଟ୍ରକରେ ନେଇ ଅନ୍ୟଏକ ସ୍ଥାନରେ ପୋଡି ଦେଇଥିଲେ ।