କେମିତି ଘଟିଥିଲା ହାଇଦ୍ରାବାଦ୍ ର ସେହି ଲୋମଟାଙ୍କୁରା ଗଣଦୁଷ୍କର୍ମ/ହତ୍ୟା ଘଟଣା ? ଦିଶାଙ୍କ ଦୋଷୀଙ୍କୁ କେଉଁ ଉପାୟରେ ଦଣ୍ଡ ଦେଲା ପୋଲିସ ? ପଢନ୍ତୁ ଡାକ୍ତର ଦିଶା କେସର ସମ୍ପୁର୍ଣ୍ଣ ଖବର ।  

2,498

ଦିଶାଙ୍କୁ ମିଳିଲା ନ୍ୟାୟ । ହାଇଦ୍ରାବାଦ ଡାକ୍ତରାଣୀ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ସଂପୃକ୍ତ ଥିବା ୪ ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରରେ ମାରି ଗଡାଇଦେଇଛି ପୋଲିସ । ପୋଲିସର ଏଭଳି କାମ ପାଇଁ ଦିଶାଙ୍କ ପରିବାର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ନଭେମ୍ବର ୨୭ତାରିଖ ରାତିରେ ମହିଳା ଡାକ୍ତରଙ୍କୁ ନାଟକୀୟ ଢଙ୍ଗରେ ସାହାଯ୍ୟର ହାତ ବଢାଇ ସଇତାନ ପାଲଟିଥିଲେ ଏହି ୪ ଅଭିଯୁକ୍ତ । ଶେଷରେ ଦିଶାଙ୍କୁ ମିଳିଛି ନ୍ୟାୟ । ୪ ଜଣ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏକାଉଣ୍ଟର କରି ମାରି ଗଡାଇଛି ।

ସୂଚନାନୁସାରେ, ନଭେମ୍ବର ୨୭ ତାରିଖ ରାତିରେ ଦିଶା ଘରକୁ ଫେରୁଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ ୪ ଜଣ ଅଭିଯୁକ୍ତ । କିପରି ଜହ୍ଲାଦ ବୁଣିଥିଲା ଷଡ଼ଯନ୍ତ୍ରର ଜାଲ ? କେମିତି ପାଶବିକ ଅତ୍ୟାଚାରର ଶିକାର ହେଲେ ମହିଳା ଡାକ୍ତର ? ୪ ଜଣ ଅଭିଯୁକ୍ତ ଗିରଫ ହେବା ପରେ ସାମ୍ନାକୁ ଆସିଥିଲା ହାଇଦ୍ରାବାଦର ସାଂଘାତିକ ସତ । ସାମସାବାଦ ସ୍ଥିତ କୋଲୁରୁ ଅଂଚଳରେ ଥିବା ନିଜ ଘରକୁ ଫେରୁଥିଲେ ମହିଳା ଭେଟେନାରି ଡାକ୍ତର । ଟୋଲପ୍ଲାଜା ନିକଟରେ ରଖିଥିବା ସ୍କୁଟି ଧରି ଫେରିଲା ବେଳେ ଟାୟାର ପଙ୍କଚର୍ ହୋଇଥିବା ଜାଣିବାକୁ ପାଇଥିଲେ ।

 

ସ୍କୁଟି ଚକରୁ ପମ୍ପ ଖୋଲିଦେଇ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ଅଭିଯୁକ୍ତ । ମହିଳା ଡାକ୍ତର ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ମହମ୍ମଦ ଆରିଫ ତାଙ୍କ ମୁହଁକୁ ଚାପି ଧରିଥିଲା । ନୃଶଂସତାରେ ସବୁ ସୀମା ଟପିଯାଇଥିଲେ ୪ ଜଣ ସଇତାନ । ପୀଡିତା ଛଟପଟ ହେଉଥିବା ବେଳେ ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳା ଡାକ୍ତରଙ୍କ ଶ୍ୱାସରୁଦ୍ଧ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଶେଷରେ ମହିଳା ଡାକ୍ତରଙ୍କୁ ଜାଳିଦେଇଥିଲେ ଅଭିଯୁକ୍ତ ।

ମହମ୍ମଦ ଆରିଫ, ଜୋଲୁ ଶିବା, ଜୋଲି ନବୀନ, ଚିନ୍ତାକୁଟା ଚିନ୍ନାକେଶାଭାଲୁ ଏହି ୪ ଜଣ ଅଭିଯୁକ୍ତ ସେଦିନ ନିଜ କାମବାସନାକୁ ତୃପ୍ତ କରିବା ପାଇଁ ଦିଶାଙ୍କ ଜୀବନ ନେବାକୁ ପଛାଇନଥିଲେ । ମୃତ ଡାକ୍ତରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହେବାର ମାତ୍ର ୪୮ ଘଂଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ମହିଳା ଭେଟେନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । କୁହାଯାଏ ଅପରାଧୀ ଯେତେ ଚାଲାକ ହେଲେ ବି ନିଜ କୁକର୍ମର ସୁରାଗ ଛାଡିଯାଇଥାଏ । ଏହି ଅପରାଧୀଙ୍କ କ୍ଷେତ୍ରରେ ବି ଠିକ୍ ସେୟା ଘଟିଥିଲା। ପୁଲିସ ଗୁରୁବାର ମୃତଦେହ ଜବତ କରିବା ପରେ ମାତ୍ର ୪୮ ଘଂଟା ଭିତରେ ୪ ଅଭିଯୁକ୍ତଙ୍କୁ ହାତକଡି ପିନ୍ଧାଇଥିଲା । ତଦନ୍ତ ଆରମ୍ଭ କରିବା ମାତ୍ରେ ପୁଲିସ ହାତରେ ଲାଗିଥିଲା ଅଭିଯୁକ୍ତଙ୍କ ସଂପର୍କରେ ଗୋଟିଏ ପରେ ଗୋଟିଏ ପ୍ରମାଣ ।

 

ମେକାନିକ୍ ଦେଇଥିଲା ପ୍ରଥମ ସୁରାକ୍ । ନିଜ ଜାଲରେ ନିଜେ ଛନ୍ଦି ହେଲେ ଅପରାଧୀ । ଚାରି ଅଭିଯୁକ୍ତ ମହିଳା ଡାକ୍ତରଙ୍କୁ ଫସାଇବାକୁ ଯେଉଁ ଜାଲ ବିଛାଇଥିଲେ, ସେହି ଜାଲ ହିଁ ତାଙ୍କ ପର୍ଦ୍ଦାଫାସ କରିଦେଲା । ଶାଦନଗର ଫ୍ଲାଏଓଭର ତଳୁ ପୀଡିତାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିବା ପରେ ପୁଲିସକୁ ପ୍ରଥମ ସୁରାକ ମିଳିଥିଲା ଏକ ଟାୟର ମେକାନିକ ଠାରୁ । ମେକାନିକ କହିଥିଲେ ବୁଧବାର ରାତିରେ ଦୁଇ ଜଣ ବ୍ୟକ୍ତି ଏକ ପଙ୍କଚର ଗାଡି ଆଣି ପମ୍ପ ଦେଇଥିଲେ । ଏହାପରେ ସିସିଟିଭି ଫୁଟେଜରୁ ସେମାନଙ୍କୁ ଚିହ୍ନଟ କରିଥିଲା ପୁଲିସ ।

 

ସେହିପରି ସବୁ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ମଧ୍ୟ ଜାଞ୍ଚ୍ କରିଥିଲା ପୋଲିସ୍। କୋଠୁର ପେଟ୍ରୋଲ ପମ୍ପରୁ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ମିଳିଥିଲା । ଯେଉଁ ଟ୍ରକରେ ପୀଡିତାଙ୍କ ମୃତଦେହକୁ ନିଆଯାଇଥିଲା ସେହି ଗାଡିର ନମ୍ବର ଟ୍ରାକ କରି ୪ ଜଣଙ୍କୁ ଅପରାଧିଙ୍କୁ ଗିରଫ କରିଥିଲା ପୋଲିସ୍ । ଖାଲି ସେତିକି ନୁହଁ ପୀଡିତାଙ୍କ ଦଶା ଦିନ ହିଁ ଦୋଷୀଙ୍କୁ ଦଣ୍ଡ ଦେଲା ତେଲେଙ୍ଗାନା ପୋଲିସ୍ । ଆଇନର ହାତ ବହୁତ ଲମ୍ବା । ଏହାକୁ ଯଥାର୍ଥ ପ୍ରମାଣିତ କରି ଦେଖାଇଲା ତେଲେଙ୍ଗାନା ପୋଲିସ୍ ।