ଦିଶାଙ୍କୁ ନ୍ୟାୟ ଦେଲେ ଏନକାଉଣ୍ଟର ମ୍ୟାନ୍ ! ୧୦ ଦିନ ଭିତରେ ଦିଶାଙ୍କ ଦୋଷୀଙ୍କୁ ଦେଲେ ସଜା , ଏନକାଉଣ୍ଟର ମାମଲାରେ ପୂର୍ବରୁ ମଧ୍ୟ ଚର୍ଚ୍ଚା ସାଉଁଟିଛନ୍ତି ଏହି ପୋଲିସ୍ କମିଶନର୍ ।

4,377

ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁର୍ଷ୍କମରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜି ସକାଳେ ତେଲେଙ୍ଗାନା ପୁଲିସ ଏନକାଉଣ୍ଟର କରିଛି । ଦୁଷ୍କର୍ମକାରୀଙ୍କୁ ଘଟଣାର ରିକ୍ରିଏଟ୍ ପାଇଁ ଉକ୍ତସ୍ଥଳକୁ ପୁଲିସ ନେଇ ପଚରାଉଚରା କରୁଥିବା ସମୟରେ ସେଠାରୁ ସେମାନେ ଫେରାର ହେବାକୁ ଚେଷ୍ଟା କରିଥିଲେ । ୪୪ ନମ୍ବର ଜାତୀୟ ରାଜପଥ ଯେଉଁଠି ଦିଶାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ମିଳିଥିଲା ଉକ୍ତ ସ୍ଥାନରେ ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଛି । ଆପଣଙ୍କୁ କହିରଖୁଛୁ ଯେ, ହାଇଦ୍ରାବାଦ୍ ପୋଲିସ୍ ର ଗୁରୁଦାୟିତ୍ୱ ଯାହା ହାତରେ ରହିଛି ସେ ଏନକାଉଣ୍ଟର ସ୍ପେଶାଲିଷ୍ଟ୍ ନାଁରେ ଖୁବ୍ ଜଣାଶୁଣା । ପୋଲିସ୍ କମିଶନର୍ ଭି.ସି.ସଜ୍ଜନାର ଘଟଣାର ୧୦ ଦିନ ମଧ୍ୟରେ ହିଁ ପୀଡିତାଙ୍କୁ ନ୍ୟାୟ ଦେବାରେ ସଫଳ ହୋଇଛନ୍ତି । ପୋଲିସ୍ ଙ୍କୁ ଏନକାଉଣ୍ଟର କରିବା ପାଇଁ ପୋଲିସ୍ କମିଶନର୍ ଭି.ସି.ସଜ୍ଜନାର ଅର୍ଡର ଦେଇଥିବା କଥା କୁହାଯାଉଛି । କିଛି ବୁଦ୍ଧିଜୀବୀ ଏହି ଘଟଣାକୁ ନିନ୍ଦା କରୁଛନ୍ତି ସତ କିନ୍ତୁ ଜନତା,ଗଣମାଧ୍ୟମ ଏବଂ ଅନ୍ୟ ମହଲରୁ ପୋଲିସ୍ କମିଶନର୍ ଏବଂ ସମ୍ପୁର୍ଣ୍ଣ ହାଇଦ୍ରାବାଦ୍ ପୋଲିସ୍ ବିଭାଗକୁ ଭୁରି ଭୁରି ପ୍ରଶଂସା କରାଯାଉଛି ।

୨୦୦୮ ରେ ମଧ୍ୟ ଭି.ସି.ସଜ୍ଜନାର ଚର୍ଚ୍ଚାର ପରିସରକୁ ଆସିଥିଲେ । ତେଲେଙ୍ଗାନାରେ ଜଣେ କଲେଜ ଛାତ୍ରୀଙ୍କୁ ଏସିଡ ମାଡ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଏନରକାଉଣ୍ଟର କରାଯାଇଥିଲା । ସେତେବେଳେ ମଧ୍ୟ ଘଟଣାଟି ତୀବ୍ର ମୋଡ ନେଇଥିଲା । ପୁଲିସ ରିମାଣ୍ଡରେ ଥିବା ୩ ଅଭିଯୁକ୍ତ ପୁଲିସ ସହ ଧସ୍ତାଧସ୍ତି ଆରମ୍ଭ କରିଥିବା ବେଳେ ପୁଲିସ ଏନକାଣ୍ଟର କରିଥିଲା । ସୂଚନା ଅନୁଯାୟୀ , ଭି.ସି.ସଜ୍ଜନାର ଦେଢ ବର୍ଷ ହେବ ତେଲେଙ୍ଗାନା ପୁଲିସ କମିଶନର୍ ଦାୟିତ୍ୱ ରହିଛନ୍ତି ।