କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ମହିଳା ମହିଳାଙ୍କୁ ହତ୍ୟା କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମହିଳାଙ୍କ ମୃତଦେହ ଅଳିଆଗଦାରୁ ମିଳିଛି । ମୃତକ ହେଉଛନ୍ତି ହାଇଦ୍ରାବାଦ ବାସିନ୍ଦା ଚୈତନ୍ୟା ମଧାଗନି । ଚୈତନ୍ୟା ସ୍ୱାମୀ ଓ ପୁଅ ସହ ଅଷ୍ଟ୍ରେଲିଆରେ ରହୁଥିଲେ । ଶନିବାର ତାଙ୍କ ମୃତଦେହ ରାସ୍ତା କଡ ଏକ ଅଳିଆଗଦାରୁ ମିଳିଛି ।
ଅନ୍ତର୍ଜାତୀୟ ଖବର ମୁତାବକ, ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କାରଣ ଏହି ଘଟଣା ପରେ ତାଙ୍କ ସ୍ୱାମୀ ହାଭରତ ଆସି ପୁଅକୁ ଚୈତନ୍ୟାଙ୍କ ବାପା, ମା’ଙ୍କ ପାଖରେ ଛାଡିଥିଲେ । ତେବେ ଅଷ୍ଟ୍ରେଲିଆ ପଏଣ୍ଟ କୁକ୍ ପୋଲିସ ଘଟଣାର ଯାଞ୍ଚ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/au.jpg)