ଭୁବନେଶ୍ୱରରୁ ଗିରଫ ହେଲେ ହାଇଦ୍ରାବାଦ ଏଟିଏମ ଲୁଟେରା : କାବୁ କଲା ୨ ଦିନ ଧରି ପିଛା କରୁଥିବା ଟିଏସଆଇ ଟିମ୍

ଲୋକଙ୍କ ହାବୁଡରେ ପଡ଼ିବା ପରେ ହାତ ଯୋଡ଼ି ଦେଲେ ସବୁ ପ୍ରଶ୍ନର ଉତ୍ତର

191

କନକ ବ୍ୟୁରୋ : ହାଇଦ୍ରାବାଦ ଏଟିଏମ ଲୁଟେରାର ଭିଡିଓ ସାମନାକୁ ଆସିଛି । ରାଜଧାନୀର ବିଭିନ୍ନ ଦାମି ହୋଟେଲରେ ଆଡ଼ା ଜମାଇ ଏକ ୪ଜଣିଆ ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗ ଅପରେସନ ଚଳାଇଥିଲେ । ପୁରୁଣା ଭୁବନେଶ୍ୱରରେ ଏକ ଏସବିଆଇ ଏଟିଏମରୁ ଲୁଟ କରୁଥିବା ବେଳେ ୨ଜଣଙ୍କୁ କାବୁ କରିଥିଲା ଟିଏସଆଇ ଟିମ୍ । ଏଟିଏମ ଭିତରେ ପଶିଥିବା ବେଳେ ୩ଜଣ ଟିଏସଆଇ କର୍ମଚାରୀ ଅତକ୍ରିତ ଭାବେ ସର୍ଟର ବନ୍ଦ କରି ପାଟି କରିଥିଲେ ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ବଢ଼ିବା ପରେ ଅନ୍ୟ ୨ ସାଥୀ ଲୁଟେରା ଫେରାର ମାରିଥିଲେ । ହେଲେ ଲୋକଙ୍କୁ ଦେଖି ଛାନିଆ ହୋଇପଡ଼ିଥିଲା ଏଟିଏମ୍ ଲୁଟେରା । ହାତ ଯୋଡ଼ି ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲା । ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଲୋକଙ୍କ ହାବୁଡ଼ରେ ପଡ଼ିଥିବା ୨ ଲୁଟେରାଙ୍କୁ ଗିରଫ କରିଥିଲା । ଗତ କିଛି ମାସ ହେବ ଏହି ଗ୍ୟାଙ୍ଗ ଦେଶରେ ବିଭିନ୍ନ ସହରରେ ଲୁଟ ପାଟ କରି ପୋଲିସ ଓ ବ୍ୟାଙ୍କ କର୍ତୃପକ୍ଷଙ୍କ ନିଦ ହଜାଇ ଦେଇଛନ୍ତି । ଖୁବଶୀଘ୍ର ଏହି ଅଣଓଡ଼ିଆ ଲୁଟେରା ଗ୍ୟାଙ୍ଗକୁ କାବୁ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।