ଚେନ୍ନାଇର ଘାତକ ବୋଲିଂ: ୧୩୪ ରନ କଲା ହାଇଦ୍ରାବାଦ, ସିଏସକେ ଆଗରେ ୧୩୫ ରନ ଟାର୍ଗେଟ

108

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇ ଚମତ୍କାର ପ୍ରଦର୍ଶନ କରିଛି । ଫଳରେ ଏହି ମ୍ୟାଚରେ ହାଇଦ୍ରାବାଦ ୧୩୪ ରନ କରିବାରେ ସଫଳ ହୋଇଛି । ଏବେ ଚେନ୍ନାଇ ଆଗରେ ୧୩୫ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚରେ ଜିତିବାକୁ ହେଲେ ହାଇଦ୍ରାବାଦର ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା ହାଇଦ୍ରାବାଦ ଦଳ । ହେଲେ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଦଳ ପକ୍ଷରୁ ରିଦ୍ଧିମାନ ଶାହା ୪୪ ରନ କରିଥିଲା ବେଳେ ଅଭିଷେକ ଶର୍ମା ଓ ଅବଦୁଲ ଶାମଦ ୧୮ ଲେଖାଏଁ ରନ କରିଥିଲେ ।  ଫଳରେ ୨୦ ଓଭରରେ ୭ ୱିକେଟ ହରାଇ ୧୩୪ ରନ କରିଛି ହାଇଦ୍ରାବାଦ ।