କନକ ବ୍ୟୁରୋ: ହାଇଦର ଫେରାର ମାମଲାରେ କଟକ ଡିସିପିଙ୍କ ସୂଚନା । କହିଲେ, ଏହି ମାମଲାରେ ଏଯାଏଁ ୬ ଜଣଙ୍କୁ ଗିରଫ କରାଯାଇଛି । ଆଜି ଗିରଫ ୨ଜଣଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଅଭିଯୋଗ । କନଷ୍ଟେବଳ ମୌସିମ ଓ ୱାର୍ଡର ଶିବ ନାରାୟଣ ଆଜି ଗିରଫ ହୋଇଛନ୍ତି । ଶିବ ନାରାୟଣ ମୋବାଇଲକୁ ବାରମ୍ବାର ବ୍ୟବହାର କରିଥିଲା ହାଇଦର ।
ଆଜି ଏହି ଦୁଇ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି । ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ଗିରଫ କରାଯାଇଥିବା ସୂଚନା । ହାଇଦର ଫେରାର ଦିନ ସୁରକ୍ଷା ଦାୟିତ୍ୱରେ ଥିଲା କନଷ୍ଟେବଳ ମୌସିମ । କନଷ୍ଟେବଳଙ୍କୁ ନିଶା ଦେଇ ଫେରାର ହୋଇଯାଇଥିଲା ହାଇଦର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/7-18.jpg)