ହାଇଦର ଗିରଫ ପରେ ପୋଲିସ କମିସନରଙ୍କ ସୂଚନା । ବାଇକ ଚଲାଉଥିବା ବେଳେ ହାଇଦରକୁ ଧରିଲା ପୋଲିସ 

601

କନକ ବ୍ୟୁରୋ: ହାଇଦର ଗିରଫ ପରେ ପୋଲିସ କମିସନରଙ୍କ ସୂଚନା । କହିଲେ, ଖୁବଶୀଘ୍ର ଗ୍ୟାଙ୍ଗଷ୍ଟର ହାଇଦରକୁ ଓଡିଶା ଅଣାଯିବ । ଫେରାର ପରେ ହାଇଦରକୁ ଟ୍ରାକ କରାଯାଇଥିଲା । ଟ୍ରାକ ଆଧାରରେ ହାଇଦ୍ରାବାଦ ଯାଇଥିଲା ପୋଲିସ ଟିମ । ୨୪ ଘଣ୍ଟା ଭିତରେ ହାଇଦରକୁ ଓଡିଶା ଅଣାଯିବ । ବାଇକ ଚଳାଉଥିବା ବେଳେ ଧରାପଡି ଥିଲା ହାଇଦର ।

ତେଲେଙ୍ଗାନାରୁ ଆଜି ସେକ ହାଇଦରକୁ ଗିରଫ କରିଛି ପୋଲିସ । ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ଧରାପଡିଛି କୁଖ୍ୟାତ ଅପରାଧୀ ହାଇଦର । ତେଲେଙ୍ଗାନା ପୋଲିସ ସହାୟତାରେ ଧରିଲା ଓଡିଶା ପୋଲିସ । କଟକରୁ ଦୁଇଟି ଟିମ ଯାଇଥିଲେ ତେଲେଙ୍ଗାନା ।