ହସ୍ ମନି ମାମଲା: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ

180

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜୁଲାଇ ୧୧ତାରିଖରେ ଟ୍ରମ୍ପଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ । ପର୍ଣ୍ଣ ଷ୍ଟାର ଷ୍ଟୋର୍ମି ଡାନିଏଲ୍ସଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ଏହାକୁ ମୁହଁ ବନ୍ଦ ରଖିବା ପାଇଁ ସେ ଲାଂଚ ସ୍ୱରୂପ ତାଙ୍କୁ ଟଙ୍କା ଦେଇଥିଲେ । ଟଙ୍କା ଦେବାକୁ ଲୁଚାଇବା ପାଇଁ ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ ଟ୍ରମ୍ପ । ୨ ଦିନ ଧରି ଚାଲିଥିବା ଶୁଣାଣିରେ ଯୁକ୍ତି ଶୁଣିବା ପରେ ୧୨ ଜଣିଆ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହ ମାମଲାର ଶୁଣାଣିକୁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏବେ ଟ୍ରମ୍ପଙ୍କୁ ସର୍ବାଧିକ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇପାରେ । କିନ୍ତୁ ଟ୍ରମ୍ପ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ ଅଦାଲତଙ୍କୁ କହିଥିଲେ ଯେ ତାରକାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କିମ୍ବା ସେ କୌଣସି ପ୍ରକାରର କାରବାର କରିନାହାଁନ୍ତି । ସେ ନିର୍ଦ୍ଦୋଷ । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ତଦନ୍ତରେ ତ୍ରୁଟି ରହିଛି ।