ସଡ଼କ ଦୁର୍ଘଟଣାରେ ତିନି ଝିଅଙ୍କୁ ଏକାକୀ କରି ଚାଲିଗଲେ ମାଆ-ବାପା : ଝିଅଙ୍କ ଏମିତି ଅବସ୍ଥା ଦେଖି କାନ୍ଦିଲା ପୁରା ଗାଁ

Advertisment
ସଡ଼କ ଦୁର୍ଘଟଣାରେ ତିନି ଝିଅଙ୍କୁ ଏକାକୀ କରି ଚାଲିଗଲେ ମାଆ-ବାପା : ଝିଅଙ୍କ ଏମିତି ଅବସ୍ଥା ଦେଖି କାନ୍ଦିଲା ପୁରା ଗାଁ

source : Oneindia Hindi

ପଞ୍ଜାବର ଲୁଧିୟାନାର ମୋଗାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହି ଦମ୍ପତ୍ତି ତାଙ୍କ ତିନିବର୍ଷର ଶିଶୁକୁ ଧରି ସ୍କୁଟି ଯୋଗେ ଯାଉଥିବା ସମୟରେ କଚ୍ଚା ଦୋସାଝା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଜେସିବି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଜେସିବି ଚାଳକ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରି ନେଇଥିଲା। ମୃତ ସ୍ୱାମୀ ସ୍ତ୍ରୀଙ୍କ ନାମ ମନଜିତ ସିଂହ(୫୦) ଚରନଜୀତ କୌର(୪୫) ବୋଲି ଜଣାପଡ଼ିଛି ।

publive-image

ସୂଚନାଯୋଗ୍ୟ, ସ୍ୱାମୀ-ସ୍ତ୍ରୀ ମୋଗା ସହରରୁ ନିଜର ଗାଁକୁ ଯାଉଥିଲେ। ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ତିନି ଝିଅର ଚିତ୍କାର ଯିଏ ଶୁଣୁଥିଲା ସେ କାନ୍ଦି ଉଠୁଥିଲା। ମୃତ ଦମ୍ପତ୍ତିଙ୍କ ପରମଜିତ କୌର, ବରିନ୍ଦ୍ର କୈାର ଓ ଜସପ୍ରିତ କୌର ନାମରେ ତିନିଟି ସନ୍ତାନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe