କନକ ବ୍ୟୁରୋ : ସ୍ତ୍ରୀକୁ ବିକି ଜେଲ ଗଲା ସ୍ୱାମୀ । ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ସ୍ତ୍ରୀକୁ ରାଜସ୍ଥାନରେ ବିକ୍ରି କରିଦେଇଥିଲା ସ୍ୱାମୀ । ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅଚଂଳରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ ସୁଲେକେଲା ଗାଁର ସରୋଜ ରଣା ପାଖ ଗାଁ ଭାରତୀ ରଣାଙ୍କୁ ପ୍ରେମ ବିବାହ କରିବା ପରେ ରାଜସ୍ଥାନରେ ବିକ୍ରି କରିଦେଇଥିଲେ । ଫେସବୁକରୁ ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବାର ୩ ମାସ ପରେ ସେମାନଙ୍କ ବିବାହ ହୋଇଥିଲା ।
ବିବାହ ପରେ ଅର୍ଥାଭାବରୁ ପତ୍ନୀଙ୍କୁ ମାରପିଟ୍ କରିଆସୁଥିଲେ ସରୋଜ । ଟଙ୍କା ପାଇଁ ନିଜ ପତ୍ନୀଙ୍କୁ ସେ ରାଜସ୍ଥାନରେ ବିକ୍ରି କରିଦେଇଥିଲେ । ପୁଲିସ ଅଭିଯୁକ୍ତ ସ୍ୱାମୀ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି । ବିବାହ ପରେ ବୁଲିଯିବା ଆଳରେ ରାଜସ୍ଥାନରେ ନେଇଯାଇ ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକିଦେଇଥିଲା ରାଜେଶ । ଅଗଷ୍ଟ ୫ ତାରିଖ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ହେବା ନେଇ ଏତଲା ଦେଇଥିଲେ ।
ନିଖୋଜ ମାମଲାର ତଦନ୍ତ କରୁ କରୁ ପୁଲିସ ରାଜେଶକୁ ଥାନାକୁ ଡାକି ପଚରଉାଚୁରା କରିଥିଲା। ରାଜେଶ ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା କହିବା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ରାଜସ୍ଥାନ ମଂଜୋଲା, ଶିଫଲାକୁ ଯାଇ ସେଠାରୁ ଝିଅକୁ ଉଦ୍ଧାର କରିଥିଲା । ହେଲେ ଗାଁ ଲୋକେ ଝିଅ ଛାଡ଼ିବାକୁ ନାରାଜ ଥିଲେ । ପରେ ସେଠିକାର ପୁଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା । ଏ ନେଇ ପୁଲିସ ରାଜେଶ ବିରୋଧରେ ଦଫା-୪୨୦, ୩୭୦, ୩୭୨ ଲଗାଇ କୋର୍ଟଚାଲାଣ କରିଥିଲା । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।