ବାହାବେଦୀରୁ ବର କନ୍ୟାଙ୍କୁ ଉଠାଇ ନେଲା ପୋଲିସ : ପ୍ରଥମ ପତ୍ନୀକୁ ଛାଡ଼ପତ୍ର ନେଦେଇ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ

557

କନକ ବ୍ୟୁରୋ : ବାହାବେଦୀରୁ ବର କନ୍ୟାଙ୍କୁ ଉଠାଇନେଲା ପୋଲିସ । ପୂର୍ବର ପତ୍ନୀ ଓ କନ୍ୟା ସନ୍ତାନ ଥିବା ବେଳେ ଯୁବକଙ୍କୁ ମହଙ୍ଗା ପଡ଼ିଛି ଦ୍ୱିତୀୟ ବିବାହ । ଦ୍ୱିତୀୟ ବିବାହ ବେଳେ ଦେବୀରୁ ବରକୁ ଉଠାଇ ନେଇଛି ପୋଲିସ । ସ୍ମାର୍ଟସିଟି ରାଉରକେଲାରୁ ଏଭଳି ଖବର ସାମ୍ନାକୁ ଆସିଛି ।

ହନୁମାନ ବାଟିକା ପରିସରରେ ବିବାହ ଉତ୍ସବ ଚାଲିଥିବା ବେଳେ ପୋଲିସ ଉଭୟ ବର କନ୍ୟାକୁ ଉଠାଇ ନେଇ ଥାନାରେ ଅଟକ ରଖି ତଦନ୍ତ କରିବା ପରେ ବରକୁ ଗିରଫ କରିଛି ପୋଲିସ ।  ୨୦୧୩ରେ ଜଲଦା ଅଞ୍ଚଳର ଆନନ୍ଦ ଶର୍ମା ବିବାହ କରିଥିଲେ । ଉଭୟଙ୍କର ହିନ୍ଦୁ ରୀତିନୀତି ଅନୁସାରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆନନ୍ଦ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଉଭୟଙ୍କର ଏକ କନ୍ୟା ସନ୍ତାନ ଅଛି ।

ତେବେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଯୋଗୁଁ ୬ ମାସ ହେଲା ଦୁହେଁ ଅଲଗା ରହୁଥିଲେ । ବୁଝାମଣା ପୂର୍ବକ ଆନନ୍ଦ ମାସିକ କିଛି ଅର୍ଥ ତାଙ୍କ ସ୍ତ୍ରୀକୁ ଦେଉଥିଲେ । ତେବେ ଗତକାଲି ହନୁମାନ ବାଟିକାରେ ଅନ୍ୟଜଣେ ମହିଳାଙ୍କୁ ଆନନ୍ଦ ବିବାହ କରୁଥିବା ଖବର ପାଇ ଉଦିତନଗର ଥାନାରେ ଏତଲା ଦେଇଥିଲେ ପ୍ରଥମ ପତ୍ନୀ । ପ୍ରଥମ ପ୍ରତ୍ନୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରୁଥିବାରୁ ବାହାବେଦୀରୁ ଆନନ୍ଦଙ୍କୁ ଉଠାଇନେଇଛି ପୋଲିସ ।