ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସରେ ପଶିଲା, ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା

716

କନକ ବ୍ୟୁରୋ : ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସ୍ ଭିତରେ ପଶି ସ୍ତ୍ରୀକୁ ହାଣିଛି ନୃଶଂସ ସ୍ୱାମୀ । ଭୁବନେଶ୍ୱର ଭରତପୁର ଥାନା ଅଂଚଳରେ ଘଟିଛି ଏଭଳି ଏକ ଚାଂଚଲ୍ୟକର ଘଟଣା । ପାରିବାରିକ ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଆଜି ପ୍ରାୟ ଦିନ ଗୋଟାଏ ବେଳେ ଏକ ବିଲ୍ଡର ସଂସ୍ଥାରେ କାମ କରୁଥିବା ବେଳେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ତାଙ୍କ ସ୍ୱାମୀ । ତାଙ୍କୁ ଚୋଟ ପରେ ଚୋଟ ମାରିଚାଲିଥିଲେ । ଏହି ସମୟରେ ପତ୍ନୀ ଜଣକ ବହୁ କାକୁତି ମିନତି କରିଥିଲେ ବି ତାଙ୍କ ସ୍ୱାମୀ କିଛି ଶୁଣିନଥିଲେ । ଏପରିକି ମହିଳା ଜଣକ ଜୋରରେ ଚିକ୍ରାର କରିଥିଲେ ବି କେହି ପାଖକୁ ଭୟରେ ଆସିନଥିଲେ । ଆକ୍ରମଣ ପରେ ମହିଳାଙ୍କ ସ୍ୱାମୀ ଖସିବାକୁ ପ୍ରୟାସ କରିଥିବା ବେଳେ ତାଙ୍କୁ କାବୁ କରିଥିଲେ ସଂସ୍ଥାର କର୍ମଚାରୀ । ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ଆହତ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି ।