ଗୁରୁବାର ଦିଲ୍ଲୀର ବିଜେପି ଅଫିସ୍ ସାମ୍ନାରେ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ପାର୍ଟିର ଦୁଇ ନେତା ଯେ ସମ୍ପର୍କରେ ସ୍ୱାମୀ ସ୍ତ୍ରୀ ଅଟନ୍ତି ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ଏହାପରେ ଚାପୁଡା ମରା । ସ୍ୱାମୀ ରାଗିଯାଇ ସ୍ତ୍ରୀ ଗାଲକୁ ଦେଲେ ଶକ୍ତ ଚାପୁଡା । ଦକ୍ଷିଣ ଦିଲ୍ଲୀର ପୂର୍ବ ମେୟର୍ ସରିତା ଚୌଧରୀ ଏବଂ ତାଙ୍କ ସ୍ୱାମୀ ଆଜାଦ୍ ସିଂହଙ୍କ ମଧ୍ୟରେ କୌଣସି କଥାରେ ଅଚାନକ ବିବାଦ ଉପୁଜିଥିଲା । ଯାହାପରେ କ୍ରୋଧରେ ଆସି ସ୍ୱାମୀ ସ୍ତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଲେ । ଘଟଣାରେ ଉତକ୍ଷିପ୍ତ ହୋଇ ମେୟର୍ ସରିତା ଚୌଧରୀ ପୋଲିସ୍ କୁ ଫୋନ୍ କରି ସାହାଯ୍ୟ ମାଗିଥିଲେ ।
ଥାନାରେ ଏତଲା ଦେବା ପରେ ପୋଳିସ୍ ଏହି ମାମଲାର ଜାଞ୍ଚ୍ କରୁଛି । ସୂତ୍ର ଅନୁସାରେ , ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତାର ସମ୍ପର୍କ ଥିଲା । କୋର୍ଟରେ ଦୁହିଁଙ୍କ ସମ୍ପର୍କର କେସ୍ ମଧ୍ୟ ଚାଲୁଛି । ତେବେ ଏନେଇ ପାର୍ଟି ନେତା ମାନେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ପୋଲିସ୍ ପହଁଚିବା ପରେ ସାଂସଦ ମନୋଜ ତିୱାରୀ ଏବଂ ସରିତା ଚୌଧରୀ ଉକ୍ତ ସ୍ଥାନରୁ ଚୁପଚାପ୍ ଚାଲି ଯାଇଥିଲା । ତେବେ ଆଜାଦ୍ ସିଂହ ମହରୋଲୀ ଜିଲ୍ଲାର ବିଜେପି ଅଧ୍ୟକ୍ଷ ଥିଲେ କିନ୍ତୁ ଏହି ଘଟଣା ପରେ ବିଜେପି ଆଜାଦ୍ ସିଂହଙ୍କୁ ଏହି ପଦରୁ ହଟାଇ ଦେଇଛି । ଏହି ମାମଲାର ଜାଞ୍ଚ୍ କରିବା ପାଇଁ ପାର୍ଟି ଏକ କମିଟି ଗଠନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/BJP-Leader-Assaults-Wife-644x362.jpg)
/kanak/media/post_attachments/wp-content/uploads/2019/09/untitled-1-1568943210-300x169.jpg)
/kanak/media/post_attachments/wp-content/uploads/2019/09/zsa-1-300x181.png)