କନକ ବ୍ୟୁରୋ : ଶତ୍ରୃ ଦେଶ ପାକିସ୍ତାନରୁ ଭାରତ ଆସିଥିବା ସୀମାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଗ୍ରେଟର ନୋଏଡ଼ାର ସଚିନଙ୍କ ସହ ପବଜୀ ଖେଳରୁ ସୀମାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାବେଳେ ଏବେ ସେ ଭାରତରେ ଅଛନ୍ତି । ତେବେ ସୀମାଙ୍କ ସ୍ୱାମୀ ଏବେ ମଧ୍ୟ ପତ୍ନୀଙ୍କୁ ଫେରାଇ ନେବାକୁ ଚାହୁଁଛନ୍ତି । ତାଙ୍କର ୪ ଛୁଆ ମଧ୍ୟ ପାକିସ୍ତାନ ଫେରି ଆସନ୍ତୁ ବୋଲି ନିବେଦନ କରିଛନ୍ତି । ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଯେଉଁଥିରେ ସେ ସୀମାଙ୍କୁ କେତେ ଭଲ ପାଆନ୍ତି ଆଉ ତାଙ୍କ ଅତୀତ ସମ୍ପର୍କରେ କହିଛନ୍ତି ।

Advertisment

ସୀମା ସଚିନଙ୍କ ପ୍ରେମରେ ପଡ଼ି ଭାରତ ଯାଇଛନ୍ତି । କିନ୍ତୁ ସେ ମୋତେ ମଧ୍ୟ ଭଲ ପାଇ ବିବାହ କରିଥିଲେ । ଆମ ପ୍ରେମକୁ ବିବାହର ରୂପ ଦେବା ଲାଗି ବହୁ କଷ୍ଟ ସହିବାକୁ ପଡ଼ିଛି । ଉଭୟଙ୍କ ଜାତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆମ ପରିବାର କିମ୍ବା ସୀମାଙ୍କ ପରିବାର ବିବାହ ପାଇଁ ରାଜି ନଥିଲେ । ଶେଷରେ ଆମେ ଘରକୁ ଭାଗି ବିବାହ କରିଥିଲୁ । ଆମ ପାଖରେ କୋର୍ଟ ଆପିଡେଭିଟ ଅଛି । ତେବେ ସୀମା ଯେତେବେଳେ ଗୁଲାମଙ୍କୁ ବିବାହ କରିଥିଲେ ସେତେବେଳେ ତାଙ୍କ ବୟସ ୧୯ ବର୍ଷ ଥିଲା । ସେ ଆପିଡେଭିଟରେ ଲେଖିଛନ୍ତି କି, ତାଙ୍କ ବାପା ମା ବହୁତ ଲୋଭୀ । ତାଙ୍କ ଇଛା ବିରୋଧରେ ଜବରଦସ୍ତ ଅନ୍ୟ ଜଣଙ୍କ ସହ ବିବାହ କରାଇ ଦେଉଥିଲେ । କିନ୍ତୁ ସେ ଗୁଲାମଙ୍କୁ ଭଲ ପାଉଥିବାରୁ ନିଜ ଇଛାରେ ବିବାହ କରୁଛନ୍ତି । ଯେଉଁଥିରେ ସୀମା ଏବଂ ଗୁଲାମଙ୍କ ଦସ୍ତଖତ ରହିଛି । ତେବେ ଗୁଲାମ କହିଛନ୍ତି କି, ମୁଁ ଯେତେବେଳେ ସୀମାଙ୍କ ସହ ପ୍ରେମ ସମ୍ପର୍କରେ ଥିଲି ଆଉ ପରିବାରରେ ବିବାଦ ଦେଖା ଦେଉଥିଲା । ସେ କହିଥିଲେ କି, ତୁମେ ମୋତେ ବିବାହ କର । ଆଉ ଆମେ କୋର୍ଟରେ ବିବାହ କରିଥିଲୁ । ପରେ ତାଙ୍କ କଥାରେ ଆମେ ଦୁହେଁ ଆସି କରାଚିରେ ରହିଥିଲୁ । କଷ୍ଟରେ ପରିବାର ଚଳୁଥିଲା । ୩ ଛୁଆ ଜନ୍ମ ହୋଇଥିବାବେଳେ ଚତୁର୍ଥ ଛୁଆ ପେଟରେ ଥିଲା । ଆମେ ଅନୁଭବ କଲୁ କି, ଏତିକି ଟଙ୍କାରେ ପରିବାର ଚଳିବା ଅସମ୍ଭବ । ଶେଷରେ ମୁଁ ୩ ବର୍ଷ ଚୁକ୍ତିରେ ସାଉଦି ଆରବ କାମ କରିବା ପାଇଁ ଚାଲି ଆସିଲି । ସେ ମଧ୍ୟ ମୋତେ ବହୁତ ଭଲ ପାଉଥିଲା । ପ୍ରଥମେ ପ୍ରଥମେ ଫୋନ କରୁଥିଲା । ମୁଁ ମାସିକ ୭୦ରୁ ୮୦ ହଜାର ଟଙ୍କା ସୀମାଙ୍କ ପାଖକୁ ପଠାଉଥିଲି । ଦେଢ଼ ବର୍ଷ ପୂର୍ବେ ସେ ମୋତେ ୧୬ ଲକ୍ଷ ଟଙ୍କା ମାଗିଥିଲେ    । ଘର କିଣିବା ପାଇଁ କହିଥିଲେ । ଆଉ ମୁଁ ମଧ୍ୟ ପଠାଇଥିଲି । ପିଲାଙ୍କ ଭବିଷ୍ୟତ ଆଉ ସ୍ତ୍ରୀ ପାଇଁ ଟଙ୍କା ପଠାଇବାରେ କେବେ ହେଲେ ହେଳା କରିନାହିଁ ।

ଗୁଲାମ କହିଛନ୍ତି କି, ସୀମା ଭାରତ ଆସିବା ପୂର୍ବରୁ ୩ ଲକ୍ଷ ଟଙ୍କା ନେଇଥିଲେ । ଏପରିକି ୭୦ ହଜାର ଟଙ୍କା ମୂଲ୍ୟରେ ଏକ ମୋବାଇଲ ଇନଷ୍ଟଲମେଂଟରେ କିଣିଛନ୍ତି । ପାକିସ୍ତାନରେ ସେ ଋଣ କରିଥିବାବେଳେ ଏବେ ତାଙ୍କ ସ୍ୱାମୀଙ୍କୁ ସୁଝିବାକୁ ପଡିବ ବୋଲି କହିଛନ୍ତି ।

ଅନ୍ୟପଟେ ଗୁଲାମ କହିଛନ୍ତି କି, ମୋ ଛୁଆ ଏବଂ ସ୍ତ୍ରୀଙ୍କ ଧର୍ମ ବଦଳାନ୍ତୁ ନାହିଁ । ସେମାନଙ୍କ ନାମ ପରିବର୍ତ୍ତନ କରାଯାଇଛି । ମୁଁ ଭାରତ ସରକାର ଏବଂ ପାକିସ୍ତାନ ସରକାରଙ୍କୁ ନିବେଦନ କରୁଛି କି, ମୋ ସ୍ତ୍ରୀ ଏବଂ ଛୁଆଙ୍କୁ ମୋତେ ଫେରାଇ ଦିଅନ୍ତୁ ।