କନକ ବ୍ୟୁରୋ: ଦୀର୍ଘ ୨୨ ବର୍ଷର ଅପେକ୍ଷା । ଅନେକ ଖୋଜାଖୋଜି ପରେ ଭାଗ୍ୟକୁ ଆଦରି ପଡି ରହିଥିଲେ ସ୍ତ୍ରୀ ଓ ପରିବାର ଲୋକେ । ତଥାପି ମନରେ ଥିଲା ସ୍ୱାମୀ ତାଙ୍କର ବଞ୍ଚିଥିବେ । ଯେତେ କଷ୍ଟ ପଡୁ ପଛେ ସାହାସ ହାରିେ ନାହିଁ । ଶେଷରେ ତାଙ୍କ ଆତ୍ମଶକ୍ତି ସଫଳ ହୋଇଛି । ଘରକୁ ଫେରିଆସିଛନ୍ତି ତାଙ୍କ ଶଂଙ୍ଖା ସିନ୍ଦୁର ।

Advertisment

ଆମେ କହୁଛୁ ଯାଜପୁର ଧର୍ମଶାଳା ବ୍ଲକ ତୋଟାସାହିର ବାସିନ୍ଦା ବିଶ୍ୱମ୍ବର ରାଉତଙ୍କ କଥା । ୨୨ ବର୍ଷ ତଳେ ବିଶ୍ୱମ୍ବର ପେଟ ରୋଗରେ ଆକ୍ରାନ୍ତ ହୋଇଥିଲେ । କିଛି ଦିନ କାମଧନ୍ଦା କରିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ହେଲେ କାମ ନଥିବାରୁ ଦାରିଦ୍ର୍ୟ ଭିତରେ ସେ ମାନସିକ ଅଶାନ୍ତି ଭୋଗୁଥିଲେ । ଦିନେ ହଠାତ୍ ଘର ଛାଡି ଚାଲିଯାଇଥିଲେ । ଏବେ ମୁମ୍ବାଇରେ ନିଜ ଭାଗ୍ୟକୁ ଆଦରି ଥିଲେ । ସେଠାରେ ଜଣେ ଗୁଜୁରାଟି ପରିବାର ତାଙ୍କୁ ଆଶ୍ରା ଦେବା ସହ କାମ ବି ଦେଇଥିଲେ । ବିଶ୍ୱମ୍ବର ମଧ୍ୟ ସେହି ପରିବାରରେ ବିଶ୍ୱସ୍ତ ଭାବରେ କାମ କରିଆସୁଥିଲେ । ହେଲେ ଏପଟେ ତାଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଅଡୁଆରେ ପକାଇଥିଲା । ଅନେକ ଖୋଜାଖୋଜି ପରେ ନପାଇବା ପରେ ବି ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ହାରିନଥିଲେ ବିଶ୍ୱମ୍ବରଙ୍କ ସ୍ତ୍ରୀ ।

ଏହି ସମୟରେ ଧେର୍ଯ୍ୟ ଦେଖାଇଥିଲେ ବିମ୍ବାମ୍ବରଙ୍କ ବଡ ଭାଇ । ନିଜର ସବୁ ସୁଖକୁ ପଛରେ ପକାଇ ତାଙ୍କର ୫ଟି ଯାକ ପିଲାଙ୍କର ଦାୟିତ୍ୱ ନେଇଥିଲେ । ଏବଂ ଈଶ୍ୱରଙ୍କ ଭରସାରେ ସାନ ଭାଇର ଆସିବା ବାଟକୁ ଚାହିଁରହିଥିଲେ । ଶେଷରେ ତାଙ୍କର ବିଶ୍ୱାସ ସତ ହୋଇଛି । ଘରକୁ ଫେରିଆସିଛି ସାନ ଭାଇ । ଏବେ ପରିବାରରେ ଖୁସିର ମାହୋଲ । ତାଙ୍କୁ ଦେଖିବାକୁ ଘର ଆଗରେ ଭିଡ ।

ଘରର ପାରିବା ପୁଅ ଘରକୁ ଫେରିଛି । ଏଥିରେ ସାହିପଡିଶା ସମସ୍ତଙ୍କ ମନରେ କାହିଁରେ କ’ଣ ଖୁସି ।