ନବବର୍ଷର ଦାମୀ ଉପହାର ସାଜିଲା ପିଆଜ ତୋଡା : ଫୁଲତୋଡାରେ ଫୁଲ ବଦଳରେ ଖଚିତ ହେଲା ପିଆଜ , ପତ୍ନୀଙ୍କ ପାଇଁ ସ୍ପେଶାଲ୍ ବୁକେ ପ୍ରସ୍ତୁତ କଲେ ସ୍ୱାମୀ ।

128

ବିଦାୟ ନେଇଛି ୨୦୧୯, ଆସିଛି ବର୍ଷ ୨୦୨୦ । ନୂଆ ଆଶା ଓ ସମ୍ଭାବନା ନେଇ ଆସିଛି ନୂଆବର୍ଷ । ଆଉ ନୂଆବର୍ଷକୁ ଦମଦାର ଷ୍ଟାଇଲରେ ସ୍ୱାଗତ କରିଛନ୍ତି ଦେଶବାସୀ । ପୁରା ଦେଶରେ ଉତ୍ସବର ମାହୋଲ ଖେଳିଯାଇଛି । ସମସ୍ତେ କିଛି ନା କିଛି ଉପହାର , ଫୁଲତୋଡା ଦେଇ ବର୍ଷର ସ୍ୱାଗତ କରୁଛନ୍ତି । କିନ୍ତୁ ନୂଆବର୍ଷରେ କାନପୁରରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ପାଇଁ ନୂଆବର୍ଷ ଉପଲକ୍ଷେ ନିଆରା ଉପହାର ପ୍ରସ୍ତୁତ କରିଛନ୍ତି ।

ସୂଚନାନୁସାରେ, ସଞ୍ଜୟ ତିୱାରୀ ନାମକ ଜଣେ ବ୍ୟକ୍ତି ପିଆଜରେ ନିର୍ମିତ ପୁଲତୋଡା ପ୍ରସ୍ତୁତ କରାଇଛନ୍ତି । ଏହାକୁ ସେ ତାଙ୍କ ପତ୍ନୀଙ୍କୁ ନୂଆବର୍ଷ ଅବସରରେ ଉପହାର ସ୍ୱରୁପ ପ୍ରଦାନ କରିଛନ୍ତି । ଏହି ଫୁଲତୋଡାର ମୂଲ୍ୟ ୭୦୦ ଟଙ୍କା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫୁଲତୋଡାରେ ୨ କିଲୋ ପିଆଜର ବ୍ୟବହୃତ ହୋଇଛି । ଫୁଲତୋଡାଟି ଦେଖିବାକୁ ଆକର୍ଷଣିୟ ହୋଇଥିବା ବେଳେ ଏହା ଲୋକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି । ଫୁଲତୋଡା ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଖୁବ୍ ପ୍ରଶଂସା ହେଉଛି । ପିଆଜରେ ନିର୍ମିତ ଫୁଲତୋଡାର ଚାହିଦା ମଧ୍ୟ ଏବେ ବଢି ବଢି ଚାଲିଛି ।