ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲେ ସ୍ୱାମୀ: ଶବ ନେବାକୁ ଆସିଲେନି ସପର୍କୀୟ, ମିଳିଲାନି ମହାପ୍ରୟାଣ ଗାଡି

71

କନକ ବ୍ୟୁରୋ: ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲେ ସ୍ୱାମୀ । ସ୍ଥିଥିରୁ ସିନ୍ଦୁର ଲିଭିଗଲା, ସ୍ୱାମୀଙ୍କ ଶବକୁ ଘରକୁ ନେବା ପାଇଁ ପାଖରେ ଟଙ୍କା ନଥିଲା, ପରିବାର ଲୋକ କେହି ଆସିଲେ ନାହିଁ । ଡାକ୍ତରଖାନା ପକ୍ଷରୁ ନାହାନ୍ତି କି ମହାପ୍ରଣାୟ ଗାଡି ମିଳିଲା ନାହିଁ । ଏଭଳି ସ୍ଥିତିରେ ସ୍ୱାମୀଙ୍କ ଶବ ପାଖରେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ସ୍ତ୍ରୀ । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ସ୍ୱାମୀଙ୍କ ମୃତ୍ୟୁ ପରେ ୫ ଘଂଟା ଧରି କାନ୍ଦୁଥିଲେ ଜଣେ ମହିଳା । ସ୍ୱାମୀଙ୍କ ଶବକୁ ଘରେ ପହଂଚାଇ ଦେବାକୁ କରୁଥିଲେ ଆକୁଳ ନିବେଦନ । ଏହି ଖବର ଜଣାପଡିବା ପରେ ଶେଷରେ ଅସହାୟ ମହିଳାଙ୍କୁ ସହଯୋଗର ହାତ ବଢାଇଛି ମହାବୀର ସ୍ୱେଚ୍ଛାସେବୀ ସଂଗଠନ । ଖବର ଅନୁସାରେ, ବସ୍ତା ବ୍ଲକ ତେଣ୍ଡ୍ରି ସିମୁଳିଆ ଅଂଚଳର ୬୩ ବର୍ଷିୟ ରେଂଟ ମୁର୍ମୁ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ ପତ୍ନୀ । ତେବେ ଚିିକିତ୍ସାଧିନ ଅବସ୍ଥାରେ ଦିନ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସଂଧ୍ୟା ୫ଟା ଶବକୁ ଘରକୁ ନେଇ ପାରିନଥିଲେ ମୃତକଙ୍କ ପତ୍ନୀ ।