ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବାର ଲୋକେ

Advertisment
ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବାର ଲୋକେ

କନକ ବ୍ୟୁରୋ: ଯାଜପୁର ହରିଦାଶପୁରର ପିଇଓ ସ୍ମୀତାରାଣୀ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବାର ଲୋକେ । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ମୀତାରାଣୀଙ୍କ ପରିବାର ଲୋକେ ଦର୍ଶାଇଛନ୍ତି ରୂପେଶ ଭଦ୍ରଙ୍କ ଭୟରେ ସେମାନେ ଘର ଛାଡି ରାଜ୍ୟ ବାହାରକୁ ଚାଲିଯିବେ । ବର୍ତ୍ତମାନ ସୁଦ୍ଧା ସ୍ମୀତାରାଣୀଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ମିଳିନି । ପୋଲିସ କିଂବା ରାଜନେତା କେହି ମଧ୍ୟ ନ୍ୟାୟ ମିଳିବା ନେଇ କିଛି ଆଶ୍ୱାସନା ଦେଉନାହାନ୍ତି ।

publive-image

ତେଣୁ ସିବିଆଇ ତଦନ୍ତ ଦାବି କରିବା ସହ ପରିବାର ଲୋକେ ଗାଁ ଛାଡି ଚାଲିଯିବେ ବୋଲି କହିଛନ୍ତି । ସ୍ମୀତାରାଣୀଙ୍କ ମୃତ୍ୟୁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ଏହାକୁ ଆତ୍ମହତ୍ୟା କହି ତଦନ୍ତରେ ଅଟକି ରହିଛି । ଅନ୍ୟପଟେ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର କେବଳ ଗିରଫ ହୋଇଥିବା ବେଳେ ଘଟଣାରେ ଅନ୍ୟ କୌଣସି ଦିଗ ପ୍ରତି ପୋଲିସ ଧ୍ୟାନ ଦେଉନଥିବାରୁ ନ୍ୟାୟ ମିଳିବା ନେଇ ପରିବାର ଲୋକେ ନିରାଶ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe