ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀ-ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ, ମେସେଜରୁ ସାମ୍ନାକୁ ଆସିଲା ସତ

296

କନକ ବ୍ୟୁରୋ: ରାଜଧାନୀରେ ଚମକାଇଦେଲା ଭଳି ଆଉ ଏକ ଅପରାଧ ଘଟିଛି । ଭୁବନେଶ୍ୱରରେ କଳିଙ୍ଗ ବିହାର ଅଂଚଳରେ ସ୍ତ୍ରୀ ଓ ୯ ବର୍ଷର ପୁଅକୁ ତଂଟି ଚିପି ହତ୍ୟା କରିଛି ନୃଶଂସ ସ୍ୱାମୀ । ଆଉ ହତ୍ୟା କରିବା ପରେ ଏନେଇ ହାଇଦ୍ରାବାଦରେ ରହୁଥିବା ନିଜ ସମ୍ପର୍କୀୟଙ୍କୁ ଫୋନ କରି ସୂଚନା ଦେଇଥିଲା ।

ଏହି ଖବର ରାଜଧାନୀରେ ଆଲୋଡନ ସୃଷ୍ଟି କରିଥିବାବେଳେ ଘଟଣାସ୍ଥଳରେ ପହଁଚିଥିଲେ ଭୁବନେଶ୍ୱର ଡିସିପିଙ୍କ ସମେତ ଖଣ୍ଡଗିରି ଓ ତମାଣ୍ଡୋ ଥାନା ପୋଲିସ । ତେବେ କଣ ପାଇଁ ଏହି ହତ୍ୟା ହେଲା ତାହା ସ୍ପଷ୍ଟ ହୋଇନାହିଁ ।