କନକ ବ୍ୟୁରୋ : ସ୍ୱାମୀ ବନିଲା ସଇତାନ । ସୁନ୍ଦରଗଡ ଭସ୍ମା ଥାନା ଦର୍ଲିପାଲିରେ ଅଭାବନୀୟ ଘଟଣା ଘଟିଛି । ଶୋଇଥିବା ବେଳେ ପେଟ୍ରୋଲ ଢାଳି ୨ ଶାଳି ଓ ସ୍ତ୍ରୀକୁ ସ୍ୱାମୀ ଜାଳିଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ୩ ଜଣଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତି କରାଯାଇଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ଘଟଣା ପରେ ଫେରାର ରହିଛି ।
ଦର୍ଲିପାଲିର ଦାନବ ! ପେଟ୍ରୋଲ ଢାଳି ୨ ଶାଳି ଓ ସ୍ତ୍ରୀକୁ ଜାଳିଲା ସ୍ୱାମୀ
/kanak/media/post_attachments/wp-content/uploads/2016/12/vlcsnap-2016-12-16-22h03m56s013.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)