କନକ ବ୍ୟୁରୋ : କେନ୍ଦୁଝର କାଶୀପୁର ଅଂଚଳରେ ଘଟିଛି ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ । ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ୩ଲକ୍ଷ ଟଙ୍କା ସୁପାରୀ ଦେଇ ସ୍ତ୍ରୀକୁ ମାରି ଦେଇଛି ସଇତାନ ସ୍ୱାମୀ ସୁରେଶ । ସୂଚନା ଅନୁସାରେ, ଗତ ୧୭ତାରିଖରେ ଖଣ୍ଡାଧାର ବୁଲାଇ ନେବାକୁ କହି ଫେରିବାବେଳେ ଏକ ନିଛାଟିଆ ରାସ୍ତାରେ ଛାଡି ଚାଲି ଆସିଥିଲା ସ୍ୱାମୀ ସୁରେଶ । ଆଉ ଯୋଜନା ମୁତାବକ ସେହି ସ୍ଥାନରେ ଛକି ରହିଥିବା ସୁପାରୀ କିଲର ସୁନୀତାଙ୍କ ହତ୍ୟା କରିଥିଲେ । ହତ୍ୟା କରିବା ପରେ ପାଖରେ ଥିବା ନଦୀରେ ପକାଇ ଦେଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ସନ୍ଦେହ ହେବାରୁ ସ୍ୱାମୀ ସୁରେଶକୁ ପଚରାଉଚୁରା କରିଥିଲା ପୋଲିସ । ସତ ମାନିବା ପରେ ପୂରା ଘଟଣା ପଦାକୁ ଆସିଛି । ଆଉ ଅଭିଯୁକ୍ତକୁ ଘଟଣାସ୍ଥଳକୁ ଆଣି ସିନ୍ ରିକ୍ରିଏସନ କରିଛି ପୋଲିସ ।

Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝରର କାଶୀପୁର ଅଂଚଳରେ ଚାଂଚଲ୍ୟ ଖେଳି ଯାଇଥିଲା । ମଲଦା ନଦୀରେ ଏକ ଶବ ଭାସୁଥିବା ଚାରିଆଡେ ପ୍ରଚାରିତ ହେବା ପରେ, ଲୋକେ ଭୟଭୀତ ହୋଇପଡିଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଚି ପାଣିରୁ ଶବ ଉଦ୍ଧାର କରିଥିଲେ । ହେଲେ, ଶବ କାହାର ପ୍ରଥମେ ଜଣାପଡିନଥିଲା । ଖବର ପାଇଁ ପହଁଚିଥିଲେ ମୃତ ସୁନୀତାଙ୍କ ମା ଓ ଭାଇ । ସେମାନେ ଶବ ଚିହ୍ନଟ କରିଥିଲେ । ଆଉ ସୁନୀତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ବେଳେ ହତ୍ୟାକାଣ୍ଡର କାହାଣୀ କହିଛି ଅଭିଯୁକ୍ତ ।
୫ ବର୍ଷ ତଳେ କେନ୍ଦୁଝର ପୋଡାସିମିଳା ଗାଁରୁ ସୁରେଶଙ୍କୁ ପ୍ରେମ ବିବାହ କରିଥିଲେ ସୁନୀତା । ସୁନ୍ଦରଗଡର କୋଇଡା ଥାନା ସାରକୁଣ୍ଡା ଗାଁରେ ସୁନୀତାଙ୍କ ଘର । ସୁନୀତାଙ୍କ ବିବାହ ପୂର୍ବରୁ ସୁରେଶ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କଠାରୁ ସୁରେଶଙ୍କ ଗୋଟିଏ ଝିଅ ଓ ପୁଅ ରହିଛନ୍ତି । ତେବେ ବିବାହ ପରେ ଉଭୟ କେନ୍ଦୁଝରର କାଶୀପୁରରେ ରହୁଥିଲେ । ହେଲେ, ପ୍ରଥମେ ପ୍ରଥମେ ଭଲରେ ଚଳିଥିଲେ ବି କିଛି ଦିନ ହେଲା ସୁନୀତା ଓ ସୁରେଶଙ୍କ ମଧ୍ୟରେ ଝଗଡା ହେଉଥିଲା । ଫଳରେ ତାଙ୍କୁ ବାଟରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା ସୁରେଶ ।