ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ । ଧାରୁଆ ଅସ୍ତ୍ରରେ କାଟି ରାତାରାତି ସ୍ୱାମୀ ଫେରାର ।

906

କନକ ବ୍ୟୁରୋ: ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ । ଖୋର୍ଦ୍ଧା ଗୁରୁଜଙ୍ଗରେ ଘଟିଛି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଶଶୁର ଘରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିବା ପରେ ଫେରାର ହୋଇଛି ସ୍ୱାମୀ । ହତ୍ୟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ସ୍ତ୍ରୀର ମୃତଦେହ । ଘଟଣା ପରେ ସ୍ୱାମୀ ଫେରାର ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ।

ସୂଚନା ଅନୁସାରେ ଉଭୟଙ୍କ ଭିତରେ କିଛି ଦିନ ହେବ ଅଶାନ୍ତି ଲାଗି ରହିଥିଲା । ଝିଅ ଇନ୍ଦିରା ତାଙ୍କ ବାପ ଘରେ ରହୁଥିଲେ । ଜ୍ୱାଇଁ କାର୍ତ୍ତିକ ମଧ୍ୟ ଶଶୁର ଘରେ ରହୁଥିଲା । ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ । ବିଳମ୍ବିତ ରାତିରେ କାର୍ତ୍ତିକ ଏଭଳି ଘଟଣା ଘଟାଇ ଫେରାର ହୋଇଯାଇଛି । ଖବର ପାଇ ଟାଉନ ଥାନା ପୋଲିସ, ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି । ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି ।

୨୦୦୫ ମସିହାରେ କାର୍ତ୍ତିକ ପ୍ରଧାନ ଇନ୍ଦିରା ପ୍ରିୟଦର୍ଶନୀଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ବି ୧୫ ବର୍ଷର ପିଲାଟେ ଅଛି । ଏତେ ଦିନର ସମ୍ପର୍କ ଥାଇ କଣ ପାଇଁ ହଠାତ ଏମିତି ହତ୍ୟା କଲା ସ୍ୱାମୀ ତାହା ଏବେ ସନ୍ଦେହ ସୃଷ୍ଟି କରିଛି ।