କନକ ବ୍ୟୁରୋ : ପ୍ରବଳ ଶୀତରେ ଥରୁଛି ଦେଶ । ହାଡଭଙ୍ଗା ଶୀତ ପାଇଁ ଶୀତବସ୍ତ୍ରର ଚାହିଦା ପୂର୍ବପେକ୍ଷା ବଢିଛି । ଆଉ ଶୀତବସ୍ତ୍ର ପାଇଁ ଜଣେ ନବବିବାହିତାଙ୍କ ଜୀବନ ମଧ୍ୟ ଯାଇଛି । ଶୀତ ପାଇଁ ଶୀତବସ୍ତ୍ର ପାଇଁ । ବିହାରର ବୈଶାଳୀରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି । ସ୍ୱାମୀଙ୍କ ଦାମୀ ଜ୍ୟାକେଟ ଡିମାଣ୍ଡ ପୂରା କରି ନପାରିବାରୁ ସ୍ତ୍ରୀଙ୍କୁ ହତ୍ୟାର ଶିକାର ହେବାକୁ ପଡିଛି । ମୃତ ମହିଳା ହେଉଛନ୍ତି ରିତିକା କୁମାରୀ । ୮ ମାସ ପୂର୍ବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହ ପରେ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ସହିବାକୁ ପଡୁଥିଲା ।
ମୃତକଙ୍କ ପରିବାରବର୍ଗଙ୍କ କହିବା ଅନୁଯାୟୀ, ରିତିକାଙ୍କ ମୃତ୍ୟୁର ୨ ଦିନ ପୂର୍ବରୁ ତାଙ୍କୁ ଜ୍ୟାକେଟ ପାଇଁ ନିର୍ଯାତନା ଦିଆଯାଇଥିଲା । ଏନେଇ ରିତିକା ପରିବାରବର୍ଗଙ୍କୁ ଜଣାଇଥିଲେ । ଏପରିକି ଯୌତୁକ ଜନିତ ନିର୍ଯାତନା କାରଣରୁ ଶ୍ୱଶୁର ଘର ଲୋକଙ୍କ ନାଁରେ ଅଭିଯୋଗ ମଧ୍ୟ କରିଥିଲେ । ବିବାହ ପରେ ରିତିକାଙ୍କୁ କାର ଓ ଅନ୍ୟ ସାମଗ୍ରୀ ପାଇଁ ନିର୍ଯାତନା ଦିଆଯାଉଥିଲା । ଏପରିକି ରିତିକାଙ୍କୁ ଘର ଲୋକଙ୍କ ସହ କଥାବାର୍ତ୍ତା କରାଇ ନଦେବାକୁ ମୋବାଇଲ ମଧ୍ୟ ଛଡାଇ ନେଇ ଯାଇଥିଲେ । କିନ୍ତୁ ବିବାହର ୮ ମାସ ପରେ ହଠାତ୍ ରିତିକାଙ୍କୁ ଶ୍ୱଶୁର ଘରୁ ଫୋନ ଆସିଥିଲା ଏବଂ ରିତିକାଙ୍କ ଦେହ ଅସୁସ୍ଥ ଥିବା କୁହାଯାଇଥିଲା । କିନ୍ତୁ ସେତେବେଳକୁ ରିତିକାଙ୍କୁ ହତ୍ୟା କରି ଦିଆଯାଇଥିଲା । ଯେହେତୁ ତଣ୍ଟିରେ ଦାଗ ଥିଲା ତେଣୁ ରିତିକାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ପରିବାରଲୋକ ଅଭିଯୋଗ କରିଥିଲେ ।
ରିତିକାଙ୍କୁ ସ୍ୱାମୀ କାଳୀଚରଣଙ୍କ ସମେତ ଶାଶୁ ଓ ନଣନ୍ଦ ହତ୍ୟା କରିଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ତେଣୁ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ରିତିକାଙ୍କ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Vaishali-Dowry-Murder-1.jpg)