କନକ ବ୍ୟୁରୋ: ଆବାସ ଘର ନିର୍ମାଣ ପାଇଁ ସ୍ୱାମୀ ସ୍ତ୍ରୀ ଦାଦନ ଖଟିବାକୁ ଯାଇ ଅଧା ବାଟରେ ନିଖୋଜ ହୋଇଗଲେ ସ୍ୱାମୀ । ଦୁଇ ଦିନ ଧରି ସ୍ୱାମୀଙ୍କୁ ନ ପାଇ ଶେଷରେ ଭୁବନେଶ୍ୱର ଷ୍ଟେସନରୁ ଏକୁଟିଆ ଘରକୁ ଫେରିଛନ୍ତି ସ୍ତ୍ରୀ । ସେପଟେ ନାତି ନାତୁଣୀଙ୍କୁ ଧରି ଘରେ ଥିବା ବୃଦ୍ଧା ବିଧବା ମା’ ପାଖରେ ଖବର ପହଞ୍ଚିବା ପରେ ଚାରି ଦିନ ଧରି ଘରେ ଜଳିନି ଚୁଲି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ଗ୍ରାମରେ ।

Advertisment

ସୂଚନା ଅନୁସାରେ, ଶଙ୍ଖାରି ଗ୍ରାମର ଗଣେଶ ଜେନା ତାଙ୍କ ସ୍ତ୍ରୀଙ୍କୁ ଧରି ସ୍ଥାନୀୟ ଜଣେ ଯୁବକଙ୍କ ସାଥିରେ ଦାଦନ ଖଟିବା ପାଇଁ ଚେନ୍ନାଇ ଅଭିମୁଖେ ଯାଇଥିଲେ । ହେଲେ ଭୁବନେଶ୍ୱର ଷ୍ଟେସନରେ ନିଖୋଜ ହୋଇଯାଇଥିଲେ ଗଣେଶ । ଗଣେଶକୁ ଦୁଇଦିନ ଧରି ଷ୍ଟେସନରେ ଖୋଜିବା ପରେ ଶେଷରେ ନିଜ ଭାଇ ସହ ଘରକୁ ଫେରିଛନ୍ତି ସୁଭଦ୍ରା । ସେପଟେ କୁନି ଝିଅ ବାପାର ଆଧାର କାର୍ଡ ଧରି ବାପାଙ୍କୁ ଖୋଜି ଆଣିବା ପାଇଁ ଗୁହାରି କରିଛି । ପରିବାର ଲୋକେ ଗଣେଷକୁ ଖୋଜି ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।