କନକ ବ୍ୟୁରୋ: ମୋ ସ୍ତ୍ରୀକୁ ଫେରାଇ ଦିଅ । ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛି । ସ୍ତ୍ରୀ ପାଇଁ ଥାନାରେ ଗୁହାରୀ କଲେ ସ୍ୱାମୀ । ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଭିଲେନ୍ ସାଜିଲେ ଶ୍ୱଶୁର । ବିବାହ ପରେ ଝିଅର ବାପା ବନିଲେ ଖଳନାୟକ । ପୋଲିସ ପାୱାର ଦେଖାଇ ନବ ଦମ୍ପତ୍ତିଙ୍କୁ କରିଦେଲେ ଅଲଗା । ଭୁବନେଶ୍ୱରକୁ ଆସିଲେ, ପୁଅଠୁ ଝିଅକୁ ଛଡାଇ ନେଲେ । ଆଉ ଦୁହିଁଙ୍କୁ ଅଲଗା କରିବା ପରେ ଅନ୍ୟତ୍ର ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଏ ଯୁବକ ଜଣଙ୍କ । ନିଜ ସ୍ତ୍ରୀଙ୍କୁ ତାଙ୍କ ପୋଲିସ ବାପା ଘରେ ବନ୍ଦ କରି ରଖଥିବା ନେଇ ଅଭିଯୋଗ କରିଛନ୍ତି । ଆଉ ତାଙ୍କ ସ୍ତ୍ରୀକୁ ଫେରାଇ ଦେବାକୁ ନୟାପଲ୍ଲୀ ଥାନାରେ ଧାରଣା ଦେଇଛନ୍ତି ।

Advertisment

ବିଭୂପ୍ରସାଦ ମହାରଣା । ଭୁବନେଶ୍ୱରର ଏକ ଆଇଟି କମ୍ପାନୀରେ କାମ କରନ୍ତି । ତାଙ୍କ ଘର ଖୋର୍ଦ୍ଧା ଟାଙ୍ଗି କୁହୁଡି ଅଞ୍ଚଳରେ । ଗତ ସପ୍ତାହେ ହେଲା ନୟାଗଡ ଗୋପାଳପୁର ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ବିବାହ କରିଥିଲେ । ୫ ବର୍ଷ ହେବ ଏହି ଯୁବତୀଙ୍କୁ ଭଲପାଇବା ପରେ ଦୁହେଁ ଦୁହିଁଙ୍କୁ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରିବା ସହ ମନ୍ଦିରରେ ବି ବିବାହ କରିଥିଲେ । ତେବେ ବିବାହ ପରେ ଭୁବନେଶ୍ୱରରେ ଦୁହେଁ ବେସ୍ ଭଲରେ ଥିଲେ । ମାତ୍ର ବିବାହର ସାତ ଦିନ ପରେ ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କୁ ତାଙ୍କ ଶ୍ୱଶୁର ଅଲଗା କରି ଦେଇଥିବା ସେ ଏଫଆଇଆର କପିରେ ଲେଖିଛନ୍ତି ।

ପୁରୀ ସମୁଦ୍ରକୂଳ ଥାନାରେ ଏସ. ଆଇ ଥିବା ବିଦ୍ୟାଧର ଭୋଳ ହଠାତ ଗତକାଲି ଭୁବନେଶ୍ୱର ଆସି ଝିଅକୁ ନେଇଯାଇଥିଲେ । କିଛି ଦିନ ମଧ୍ୟରେ ଧୁମଧାମରେ ପୁଣି ଥରେ ବିବାହ କରିବାକୁ ପୁଅକୁ ପ୍ରତିଶ୍ରୁତି ଦେଇ ଝିଅକୁ ନେଇଯାଇଥିଲେ । ହେଲେ ଘରେ ପହଞ୍ଚିବା ପରେ ଅନ୍ୟ କାହା ସହ ବିବାହ କରାଇବାକୁ ଜବରଦସ୍ତି କରାଯାଉଥିବା ସହ ଅନ୍ୟ କେଉଁଠି ବାହା ହେଲେ ଯୁବତୀ ଆତ୍ମହତ୍ୟା କରିବେ ବୋଲି ସ୍ୱାମୀ ବିଭୁଙ୍କୁ ଜଣାଇଥିବା ଏଫଆଇଆରରେ ଉଲ୍ଲେଖ ରହିଛି । ତେବେ ଶୁଣନ୍ତୁ ସ୍ୱାମୀଙ୍କ ଠାରୁ ପୋଲିସ ବାପା ଛଡାଇ ନେବା ପୂର୍ବରୁ କଣ କହିଥିଲେ ଯୁବତୀ ଜଣଙ୍କ...