ସ୍ତ୍ରୀର ଚରିତ୍ରକୁ ନେଇ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ସ୍ୱାମୀ : ଆକ୍ରମଣ ଭୟରେ ହେଲେ ଥାନାର ଦ୍ୱାରସ୍ତ; ପୂର୍ବତନ ବୟଫ୍ରେଣ୍ଡ ନାଁରେ ନିଜ ଦେହରେ ଟାଟୁ କରିଛନ୍ତି ସ୍ତ୍ରୀ

1,074

କନକ ବ୍ୟୁରୋ : ସ୍ତ୍ରୀର ଚରିତ୍ରକୁ ନେଇ ନିଜକୁ ଅସୁରକ୍ଷୀତ ମନେ କରୁଥିବା ଜଣେ ଯୁବକ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଅଭିଯୋଗକାରୀ ସ୍ୱାମୀ ମୋହିତ ଶର୍ମା ଏବେ ସ୍ତ୍ରୀର ଧମକ ଯୋଗୁଁ ଭୟରେ ଥିବା ବେଳେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ମୋହିତଙ୍କ କହିବା ହେଲା ଫେସବୁକ୍ ରେ ବନ୍ଧୁତା ପରେ ଯୁବତୀ ଜଣଙ୍କ ତାଙ୍କୁ ବାହା ହେବା ପାଇଁ ବାଧ୍ୟ କରିଥିଲେ । ହେଲେ ବିବାହ ପରଠାରୁ ସ୍ତ୍ରୀଙ୍କ ଉପରେ ମୋହିତଙ୍କ ସନ୍ଦେହ ବଢ଼ିବାକୁ ଲାଗିଥିଲା ।

ଘଂଟା ଘଂଟା ଧରି ସେ ଅନ୍ୟ ପୁରୁଷଙ୍କ ସହ ଫୋନରେ କଥା ହେଉଥିଲେ । ଏପରିକି ପତ୍ନୀଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଫୋନ କରି ଧମକ ଦେଇଥିଲେ । ସ୍ତ୍ରୀଙ୍କ ଦେହରେ ପୂର୍ବତନ ବୟଫ୍ରେଣ୍ଡଙ୍କ ନାଁର ଟାଟୁ ରହିଥିବା କହିଛନ୍ତି ମୋହିତ । ଏବେ ସେ ପତ୍ନୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିଲେ ମଧ୍ୟ ସ୍ତ୍ରୀ ତାଙ୍କୁ ଧମକ ଚମକକ ଦେଉଥିବା ଥାନରେ ଅଭିଯୋଗ କରିଛନ୍ତି ମୋହିତ ।